ରୁବେନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରତନ ଟାଟାଜୀଙ୍କୁ ଶ୍ରଦ୍ଧାଞ୍ଜଳି*

ଗୁରୁବାର ସଂନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ଛକରେ “ରୁବେନ ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ ଭାରତର ମହାନ ଶିଳ୍ପପତି ଟାଟା କମ୍ପାନୀର ପୂର୍ବତନ ଚେୟେରମେନ ପଦ୍ମବିଭୂଷଣ ରତନ ଟାଟାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇ କେଣ୍ଡେଲ ପ୍ରଜ୍ବଳନ କରାଯାଇଥିଲା l କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ରତନ ଟାଟା ଶିଳ୍ପ ପ୍ରତିଷ୍ଠା କରି ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ଦେବା ସହ ପରିବେଶ,ପ୍ରାକୃତିକ ବିପର୍ଯୟରେ ସହଯୋଗର ହାତ ବଢ଼ାଇ ଭାରତବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି l ସାମାଜିକ ଦାୟିତ୍ୱବୋଧ ପାଇଁ ତାଙ୍କର କାର୍ଯ୍ୟ ସର୍ବଦା ମନେ ରହିବା ସହ ଭାରତରତ୍ନ ସଂମ୍ମାନ ପାଇବାକୁ ଟାଟାଜୀ ଯୋଗ୍ୟ ବୋଲି ସାମାଜିକ କାର୍ଯ୍ୟକର୍ତ୍ତା ମାନେ ମତ ପ୍ରକାଶ କରିଥିଲେ l ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମହାନସଙ୍ଘ ସଭାପତି ସୁଶାନ୍ତ ସାବତ,ଆମ୍ ଆଦ୍‌ମୀ ପାର୍ଟି ନେତା ଆଦିତ୍ୟ ରଥ,ସାଗର ପାଢୀ, K. ଲକ୍ଷଣ ରାଓ,ପ୍ରମିତ ରଞ୍ଜନ ମହାପାତ୍ର,E. ଶ୍ରୀକାନ୍ତ ଦୋରା,K.କ୍ରିଷ୍ଣା ରାଓ,K.ଜଗଦିଶ ରାଓ,ଅଜିତ ସ୍ୱାମୀ, ବାପି ପଣ୍ଡା,ତରୁଣ ରାଓ,ମହେଶ୍ୱର ବାଡ଼ତ୍ୟା ରବି, ରାଜା, ବୁଡୁ,ଵାପିନ, ବବୁଲ, ସୁମନ,ବିଶୁ, ସୁନୀଲ, ସାଇ,ଦୀପକ, ସମୀର, ସନ୍ତୋଷ,ଉଦୟ, ସୁରି,ବଳରାମ,ଆର୍ଯ୍ୟ, ଭେଙ୍କଟ,ସୀମା, ଶିବ, ବାଦଲ,ଦିନେଶ, ଶ୍ରୀଧର ପ୍ରମୁଖ ଟ୍ରଷ୍ଟର ସଦ୍ୟସ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l *ରତନ ଟାଟାଜୀ ଆମର ରହେ*

Leave a Reply

Your email address will not be published. Required fields are marked *