ଜମି ଜମା ବିବାଦ କୁ ନେଇଁ ସଙ୍ଘ ବଧ ଆକ୍ରମଣ

ଜମି ଜମା ବିବାଦ କୁ ନେଇଁ ସଙ୍ଘ ବଧ ଆକ୍ରମଣ l ହାତ ଗୋଡ଼ ଭାଙ୍ଗି ଜିଲ୍ଲା ଡାକ୍ତରଖାନରେ ଭର୍ତି lଗୋଲାମୁଣ୍ଡା ଥାନାରେ ଏତେଲା lକଳାହାଣ୍ଡି (ଖବର )କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଘଟଣା ଘଟୁ ଥିବା ବେଳେ l ଆଉ ଏକ ଘଟଣା ଅଞ୍ଚଳରେ ଚର୍ଚ୍ଚାର ପରିସରକୁ ଆସିଛି l ସୂଚନା ଅନୁସାରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ମାନଝେର ପଞ୍ଚାୟତର କାନ୍ଦୁଲ ଡଙ୍ଗରି ଗାଁର ପୂର୍ଣ୍ଣ ପୂଝାରୀଙ୍କୁ ତାଙ୍କ ଦୁଇ ଭାଇ ଓ ତାଙ୍କ ପୁତୁରା ମାନେ ଘର ଡିହକୁ କେନ୍ଦ୍ର କରି ଅକର୍କିତ ଭାବରେ ଆକ୍ରମଣ କରିଥିଲେ l ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ପୂର୍ଣ୍ଣ ପୂଝାରୀଙ୍କୁ ଉଦ୍ଧାର କରି ନିକଟସ୍ଥ ଧର୍ମଗଡ଼ ଡାକ୍ତର ଖାନରେ ଚିକିତ୍ସା ନିମନ୍ତେ ନିଆଁ ଯାଇଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ଥିବାରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ତାଙ୍କ ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଦେହର ଅନେକ ଜାଗାରେ କ୍ଷତବିକ୍ଷତ ହୋଇଛି l ଅତ୍ୟନ୍ତ ଗୁରୁତ୍ୱର ଅବସ୍ଥାରେ ମୃତ୍ୟୁ ଶହ ସଂଗ୍ରାମ କରୁଛନ୍ତି ପୂର୍ଣ୍ଣ ପୂଝାରୀ l ପୂର୍ଣ୍ଣ ପୂଝାରୀଙ୍କ ଦୁଇ ଭାଇ ଓ ଗୋଟିଏ ଭଉଣୀ ଥିବା ବେଳେ ପୋତୃକ ସମ୍ପତି ମାତ୍ର ୩ଡିସମିଳ ରହିଛି ଏହି ୩ଡିସମିଳ ଜାଗା ପୂର୍ଣ୍ଣ ପୂଝାରୀ ଓ ମଝିଆ ଭାଇ ଭଜ ପୂଝାରୀଙ୍କ ନାମରେ ରହିଥିବା ବେଳେ ସାନ ଭାଇ ବିନୋଦ ପୂଝାରୀ ପୈତୃକ ସମ୍ପତିରୁ ପଟାରେ ମୋ ନାମ ରହି ନାହିଁ ବୋଲି ଗ୍ରାମ ବାସୀଙ୍କୁ ଡାକି ଏକ ବୈଠକ କରିଥିଲେ l ବୈଠକରେ ସାନ ଭାଇ ନାମରେ ମଧ୍ୟ ପୈତୃକ ସମ୍ପତି ଦିଆଯିବ ଓ ପଟାରେ ନାମ ରହିବ ବୋଲି ନିଷ୍ପତି ନେଇଥିଲେ l ହେଲେ ବୈଠକ ଶେଷ ହେବା ପରେ ଅଧା ରାସ୍ତାରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ପୂର୍ଣ୍ଣ ପୂଝାରୀ ଙ୍କ ଉପରେ ଆକ୍ରମଣ କରିଥିଲେ l କୋଳାହଳ ଶୁଣି ଗ୍ରାମ ବାସି ଆସି ଗୁରୁତ୍ୱର ଅବସ୍ଥାରେ ପୂର୍ଣ୍ଣ ପୂଝାରୀ ଙ୍କୁ ଉଦ୍ଧାର କରିଥିଲେ l ଏହି ଘଟଣାକୁ ନେଇଁ ପୂର୍ଣ୍ଣ ଙ୍କ ପରିବାର ପକ୍ଷରୁ ଗୋଲାମୁଣ୍ଡା ଥାନାରେ ଏତଲା ଦିଆଯାଇଛି l ଏପଟେ ପୂର୍ଣ୍ଣ ପୂଝାରୀ ମେଡିକାଲରେ ଭର୍ତି ହୋଇ ମୃତ୍ୟୁ ଶହ ସଂଗ୍ରାମ କରୁଥିବା ବେଳେ ଘଟଣା କୁ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୋଲାମୁଣ୍ଡା ଥାନା ଅଧିକାରୀ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *