ହିଲପାଟଣା ଦୁର୍ଗା ମଣ୍ଡପରେ ଅଷ୍ଟମ ଦିବସରେ ମା’ ଗୌରୀଙ୍କ ପୂଜା

ପାର୍ବଣ ଋତୁର ଆଗମନରେ ବ୍ରହ୍ମପୁର ସହରରେ ମା’ ଦୁର୍ଗା ବିରାଜମାନ କରିଥିବା ବେଳେ ହିଲପାଟଣା ନିକଟସ୍ଥ ନେହୁର ପାର୍କ ସମ୍ମୁଖରେ ମା’ଙ୍କ ଦୁର୍ଗା ପୂଜା ଯଥାରୀତି ଅନୁସାରେ ଚାଲୁ ରହିଛି। ଆଜି ଅଷ୍ଟମ ଦିବସରେ ମା’ ଗୌରୀଙ୍କ ରୁପରେ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆଜିର କର୍ତ୍ତା ହିସାବରେ ବିଶିଷ୍ଟ ସମାଜସେବୀ ସନ୍ତୋଷ କୁମାର ପଣ୍ଡା ମା’ଙ୍କୁ ଆବାହନ କରି ବ୍ରତ ଧାରଣ କରିବା ସହ ମା’ଙ୍କ ପୂଜାର୍ଚ୍ଚନା ଜାରି ରଖିଛନ୍ତି। ହିଲପାଟଣାର ମେଢ଼ ଓ କାରୁକାର୍ଯ୍ୟ ସହରର ବିଭିନ୍ନ ମେଢ଼ ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥିବାରୁ ଏଠାରେ ଦଶକଙ୍କ ଭିଡ଼ ଦିନକୁ ଦିନ ବୃଦ୍ଧି ପାଉଛି। ଶତାଧିକ ବ୍ୟକ୍ତିଙ୍କ ପାଇଁ ପ୍ରସାଦ ସେବନ ହୋଇଥିବା ବେଳେ ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରି ଆତ୍ମ ତୃପ୍ତି ଲାଭ କରୁଥିବା ଦେଖା ଦେଇଛି। ହଜାର ହଜାର ଶ୍ରଦ୍ଧାଳୁମାନେ ଯୋଗ ଦେଇ ପ୍ରଭୁଙ୍କ ଆଶିଷ ଲାଭ କରିବା ସହ ପ୍ରସାଦ ସେବନ କରିଥିଲେ । ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପୂଜାରେ କୈାଣସି ଅଘଟଣ ନହୁଏ ସେଥିପ୍ରତି ଜାଗୃତ ରହିଛି। ପୂଜା କମିଟିର ସଭାପତି ସୁନୀଲ କୁମାର ପାଢ଼ୀ, ଉପସଭାପତି ଈଶ୍ୱର ଚନ୍ଦ୍ର ବେହେରା, ସଂପାଦକ ମାଧବ ସାହୁ, କୋଷାଧ୍ୟକ୍ଷ ବାପୁ ଚୌଧୁରୀ, ସନ୍ତୋଷ ପାତ୍ର, ଅଜିତ ସାହୁ, ପ୍ରଭାତ କୁମାର ପାଣିଗ୍ରାହି, ଅବନୀ କୁମାର ପାତ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *