ହିଞ୍ଜିଳିରେ ଲୁଟେରାଙ୍କ ପ୍ରାଦୁର୍ଭାବ

) ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଇଲାକାରେ ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ଦିନ ସହରର ବିଭିନ୍ନ ସ୍ଥାନରୁ ଛୋଟବଡ ଲୁଟ୍ ଘଟଣା ଚାଲିଥିବା ଦେଖିବାକୁ ମିଳିଛି ।‌ ଯାହାକି ସ୍ଥାନୀୟ ପୁଲିସ ପ୍ରଶାସନର ମୁଣ୍ଡବ୍ୟଥା ପାଲଟିଛି।‌ ଗତ ୩୧ ତାରିଖ ବିଳମ୍ବିତ ରାତିରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ତାରାତାରିଣୀ ରୋଡ ପ୍ରସାଦ ମୁନିଙ୍କ ତେଜରାତି ଦୋକାନ ଭେଣ୍ଟିଲେସନ ଭାଙ୍ଗି ଲୁଟେରା ଦଳ ୪୦ ହଜାର ଟଙ୍କା ସମେତ ବହୁ ଖାଦ୍ୟ ସାମଗ୍ରୀ ଜିନିଷ ଲୁଟ୍ କରି ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ୧ ତାରିଖ ବିଳମ୍ବିତ ରାତ୍ରରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ସାହେବ କମ୍ପ୍ଲେକ୍ସ ଉପର ମହଲାରେ ଥିବା ୟୁନିୟନ ବ୍ୟାଙ୍କ ସଟର ତାଲା ଭାଙ୍ଗିଥିଲେ ମଧ୍ୟ ବିଫଳ ହୋଇଥିଲେ।

ସଂପୃକ୍ତ ବ୍ୟାଙ୍କ ଲୁଟ୍ ଉଦ୍ୟମ ଘଟଣାରେ ହିଞ୍ଜିଳି ପୁଲିସ ଜୈନିକ ନାବାଳକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଘଟଣାରେ ସଂପୃକ୍ତଥିବା ଅନ୍ୟ ଜଣେ ବର୍ତ୍ତମାନ ସୁଦ୍ଧା ଫେରାର ରହିଛି। ଶୁକ୍ରବାର ଭୋର ପ୍ରାୟ ସାଢେ ୩ ଘଣ୍ଟା ସମୟରେ ସାହେବ କମ୍ପ୍ଲେକ୍ସ ନିକଟରେ ଥିବା ବହୁ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ୍ ବଲବ୍ ଲୁଟ୍ କରିବା ସହ ଦୋକାନ ଚାବି ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହୋଇଥିବା ନିକଟସ୍ଥ ଏକ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି। ଗତ କିଛିଦିନ ପୂର୍ବେ ହିଞ୍ଜିଳିକାଟୁ ପୈାରାଞ୍ଚଳ ରେଗିଡି ସାହିରୁ ଜୈନିକ ବ୍ୟକ୍ତିଙ୍କ ଘର ସମ୍ମୁଖରୁ ଏକ ଟିଭିଏସ ଏକ୍ସଏଲ୍ ଚୋରୀ ହୋଇଥିବା ଜଣାପଡିଛି। ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ହିଞ୍ଜିଳି ଥାନା ଇଲାକାରେ ଲୁଟେରା ଦଳ ସକ୍ରିୟ ହୋଇ ଉଠିଛନ୍ତି।‌ ସ୍ଥାନୀୟ ପୁଲିସ ପ୍ରଶାସନ‌ ପକ୍ଷରୁ ପାଟ୍ରୋଲି° ବ୍ୟବସ୍ଥା କଡାକଡି କରାଯାଉନଥିବାରୁ ଲୁଟେରାଙ୍କ ପାର୍ଦୁଭାବ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ଗତ ୧୦ ଦିନ ମଧ୍ୟରେ ସ୍ଥାନୀୟ ପୈାରାଞ୍ଚଳ ସିନେମାହଲ୍ ଛକ ନିକଟରୁ ୨ ଥର ଲୁଟ୍ ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳର ବ୍ୟବସାୟିକ ପ୍ରତିଷ୍ଠାନ ମାଲିକଙ୍କ ମଧ୍ୟରେ ଅଜଣା ଆଶଙ୍କା ସୃଷ୍ଟି ସୋଇଛି । ଏ ଦିଗରେ ପୁଲିସ ପ୍ରଶାସନ ଗୁରୁତ୍ୱ ପ୍ରଦାନ କରି ପାଟ୍ରୋଲି° ବ୍ୟବସ୍ଥା କଡାକଡି କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *