ପୁରୀମାର୍କେଟ ଛକ ସ୍ଥିତ ବଡ଼ଦ୍ୱାର ପୂଜା କମିଟି ଧୁମଧାମରେ ଶାରଦୀୟ ଦୂର୍ଗା ପୂଜା ଚାଲିଛି

ପୁରୀ ମାର୍କେଟ ଛକ ସ୍ଥିତ ବଡ଼ଦ୍ୱାର ପୂଜା କମିଟି ଧୁମଧାମରେ ଶାରଦୀୟ ଦୂର୍ଗା ପୂଜା ଚାଲିବା ସହ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି।ମହାଷ୍ଟମୀ ଉପଲକ୍ଷେ ମାର୍କେଟ ଛକରେ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ଟାଉନ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ,କୁମ୍ଭାରପଡ଼ା ଥାନା ଆଇଆଇସି ଜୟଦୀପ ମହାନ୍ତି,ବଡ଼ଦ୍ୱାର ପୂଜା କମିଟିର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମାଝୀ ପ୍ରମୂଖ ଉପସ୍ଥିତ ଥିଲେ।ଓଡ଼ିଶାର ସ୍ୱନାମଧନ୍ୟ ଗାୟକ କୁମାର ବାପି ଓ ଶୈଳଭାମା ମହାପାତ୍ର ଭଜନ ପରିବେଷଣ କରିଥିଲେ।

ଏହି ଅବସରରେ ସହ ସମ୍ପାଦକ ରାମ ଚନ୍ଦ୍ର ଦାସ ,ଅକ୍ଷୟ କୁମାର ସୁବୁଦ୍ଧିକୋଷାଧ୍ୟକ୍ଷ,ଜଗନ୍ନାଥ ରାଓ , ଗୋପାଳ ଅଗ୍ରୱାଲ,ବୁଲୁ ନାୟକ,ରାଜେନ୍ଦ୍ର କୁମାର ଦାସ,ପ୍ରଭାତ କୁମାର ମହାନ୍ତି, ଧିରେନ କୁମାର ପାଢ଼ୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *