ରାଇସ୍ ମିଲ୍, ଯାଜପୁର ରୋଡ଼ ର ୮୪ତମ ସାର୍ବଜନୀନ ଦୁର୍ଗାପୂଜା

**ଦୁର୍ଗା ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ l ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟ ବିଜୟର ନିଦର୍ଶନ l ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ

l ତେବେ ଏହି ଦୁର୍ଗାପୂଜା ଅବସରରେ ଯାଜପୁର ଜିଲ୍ଲା ର ବ୍ୟାସନଗର ସହର ଉତ୍ସବ ମୁଖରିତ ହୋଇ ଉଠିଛି l ବ୍ୟାସନଗର ର ରାଇସ୍ ମିଲ୍ ଓ ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ଆକର୍ଷଣୀୟ ତୋରଣ ଓ ଆଲୋକ ସାଜସଜା ଜନସାଧାରଣଙ୍କୁ ଆକର୍ଷିତ କରୁଛି l ଅଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଭିଡ଼କୁ ଦେଖି ଯାଜପୁର ରୋଡ଼ ପୁଲିସ ପକ୍ଷରୁ କଡା ସୁରକ୍ଷା ର ଵେବସ୍ତା କରାଯାଇଛି l

Leave a Reply

Your email address will not be published. Required fields are marked *