ପୁଣି ମନ୍ଦିର ରେ କଳାକନା ବୁଲାଇଲେ ଦୁବୃର୍ତ୍ତ

– ପୁଣି ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଲୋକମାରୀ ଗ୍ରାମର ହନୁମାନ ମନ୍ଦିରରେ ଚୋରି । ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସୁନା ଗହଣା ଚୋରି କରିନେଲେ ଦୁର୍ବୃତ୍ତ । ଗତ କିଛିଦିନ ତଳେ ବଡଗଡ ଥାନା ପାତମା ଗ୍ରାମର ଦୂର୍ଗଦେବି ମନ୍ଦିରରେ ଚୋରି ହୋଇଥିବା ବେଳେ ଆଜି ପୁଣି ହନୁମାନ ମନ୍ଦିରରେ ଚୋରି ହୋଇଛି। ସୂଚନା ମୁତାବକ ସବୁ ଦିନ ଭଳି ଆଜି ମଧ୍ୟ୍ୟ ସକାଳେ ପୂଜାରୀ ମନ୍ଦିର କବାଟ ଖୋଲିବାକୁ ଆସିଥିଲେ କିନ୍ତୁ ଦେଖିଲା ବେଳକୁ ମନ୍ଦିର କବାଟ ତାଲା ଭାଙ୍ଗି ପଡ଼ିଛି l ଭିତରେ ଥିବା ଦାନ ହୁଣ୍ଡି ସେଠାରେ ନାହିଁ, ମନ୍ଦିରର ବାଦ୍ୟ ଯନ୍ତ୍ର ମଧ୍ୟ୍ୟ ନାହିଁ, ମନ୍ଦିରର ଆସଭା ପତ୍ର ଏଣେ ତେଣେ ଖେଳେଇ ହୋଇ ପଡ଼ିଛି, ଏମିତିକି ହନୁମାନଙ୍କ ପ୍ରତିମୃତ୍ତି ମଧ୍ୟ୍ୟ ନେବାକୁ ଚେଷ୍ଟା କରିଛନ୍ତି କିନ୍ତୁ ନେଇପାରି ନାହାନ୍ତି । ମନ୍ଦିରଠୁ କିଛି ଦୁରରେ ଦାନ ହୁଣ୍ଡୀ ଭାଙ୍ଗି ପଡ଼ିଛି ଓ କିଛି ଖୁଚୁରା ପଡ଼ିଥିବା ଦେଖିବାକୁ ମିଳିଛି । ଘଟଣା ସମ୍ପର୍କରେ ପୂଜାରୀ ମନ୍ଦିର କମିଟି କୁ ଖବର ଦେଇଥିଲେ । ଖବର ପାଇ ମନ୍ଦିର କମିଟି ଘଟଣା ସ୍ଥଳରେ ପହଞ୍ଚିବା ସହ ବଡଗଡ ପୋଲିସ କୁ ସୂଚନା ଦେଇଛନ୍ତି । ତେବେ ଘଟଣାର ଅଧିକା ତଦନ୍ତ କରୁଛନ୍ତି ବଡଗଡ ପୋଲିସ । ମନ୍ଦିର ଟି ଆଖ ପାଖ ଅଞ୍ଚଳର ଆସ୍ତା ଓ ବିଶ୍ୱାସ ର ମନ୍ଦିର ତା ସହ ଆଗକୁ କାର୍ତ୍ତିକ ମାସ ଆସୁଥିବା ବେଳେ ଏହି ଚୋରି ରେ ଭକ୍ତ ମାନଙ୍କ ମନରେ ଗଭୀର ଆଘାତ ଲାଗିଛି,

Leave a Reply

Your email address will not be published. Required fields are marked *