ନବୀନଙ୍କ ଜନ୍ମ ଦିନରେ ବିଜେଡିର ରକ୍ତଦାନ ଶିବିର
ବ୍ରହ୍ମପୁର – ୧୬/୧୦ () ବ୍ରହ୍ମପୁର ବିଜୁ ଜନତା ଦଳ ପକ୍ଷରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୭୯ ତମ ଜନ୍ମଦିନ ପାଳନ କରାଯାଇଛି। ଏହି ଅବସରରେ ନବୀନ ବାବୁଙ୍କ ଦୀର୍ଘାୟୁ କାମନା କରି ମା ବୁଢୀ ଠାକୁରାଣୀ ମନ୍ଦିରରେ ସମୂହ ଦୀପଦାନ ସହ ଡାଇମଣ୍ଡ ଜୁବୁଲି ଟାଉନ୍ ହଲରେ ଏକ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ କେକ୍ କାଟି ଦଳ ମୁଖିଆଙ୍କୁ ଶୁଭେଚ୍ଛା ଜଣାଇବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ ବିଜେଡି ନେତା ଓ କର୍ମୀ। ଆୟୋଜିତ ରକ୍ତ ଦାନ ଶିବିରରେ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇ ରକ୍ତଦାନ କରିଥିଲେ। ମୋଟ ୧୯୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡ଼. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ , ଡେପୁଟି ମେୟର ଇ.ବିବେକ ରେଡ୍ଡୀ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ମମତା ବିଷୋୟୀ, ବିଜୟ ଚନ୍ଦ୍ର ସାମଲ, ସୋନାଲି ଗନ୍ତାୟତ, ଭଗବାନ ଗନ୍ତାୟତ, ଜଗନ୍ନାଥ ସାବତ, ଅନୀଲ କୁମାର ସାହୁ, ଅଜିତ ପଣ୍ଡା,କୈଳାସ ରଣା ଅଜୁ ମହାରଣା, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ପ୍ରମୋଦ ମହାରଣା, ସୁନ୍ୟଚନ୍ଦ୍ର ଦାସ, ମଦନମୋହନ ଦଳେଇ, କେ ଏଙ୍କାଟି ରେଡ୍ଡୀ, ଦୂର୍ଗା ପ୍ରସାଦ ପଣ୍ଡା, ନିରଞ୍ଜନ ଜେନା, ସୁରେନ୍ଦ୍ର ପଟ୍ଟନାୟକ, ଚନ୍ଦ୍ର ମୋହନ ସାହୁ, ରାକେଶ କୁମାର ସାହୁ, ଉମା ମିଶ୍ର , ପି ଭିମୁଡୁ, ପି ଜାନକୀଙ୍କ ସମେତ ବିଜୁ ପରିବାରର ବହୁ ସଦସ୍ୟ ସଦସ୍ୟାଯୋଗଦେଇଥିଲେ।
