ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ

-ଜଗତସିଂହପୁର ଜିଲ୍ଲାବିଜୁ ଜନତା ଦଳ ପକ୍ଷରୁ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅଵସରରେ ଜୀବନ ବିନ୍ଦୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରକୁ ପୂର୍ବତନ ରାଜ୍ୟ ମୁଖ୍ୟ ସଚେତକ ତଥା ଜଗତସିଂହପୁରର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଉଦ୍ଘାଟନ କରିଥିବା ବେଳେ ବାଲିକୁଦା-ଏରସମା ବିଧାୟକ ଶାରଦା ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ,ପରାଦ୍ବୀପର ବିଶିଷ୍ଟଶ୍ରମିକ ନେତା ଅରିନ୍ଦମ ସର୍ଖେଲ,ପାରାଦ୍ବୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ ପ୍ରମୁଖ ଯୋଗ ଦେଇ ଥିଲେ । ଏହି ଶିବିରରେ ମୋଟ ୧୦୦ ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

Leave a Reply

Your email address will not be published. Required fields are marked *