ଆମ୍ ଆଦ୍ମୀ ପାର୍ଟି ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ସ୍ଥାନୀୟ ଗେଟ ବଜାର ସ୍ଥିତ ଆମ୍ ଆଦ୍ମୀ ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ପାର୍ଟିର ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା l ରାଜ୍ୟ ତଥା ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ଳ ସାଧାରଣ ନିର୍ବାଚନ ପରେ ପାର୍ଟି ସଂଗଠନକୁ ପଂଚାୟତ ସ୍ତର ପର୍ଯ୍ୟନ୍ତ କ୍ରିୟାଶୀଳ କରିବା ପାଇଁ ବିଭିନ୍ନ ଆଲୋଚନା ପରେ ପଚାଶ ଜଣିଆ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା। ପରିଶେଷରେ ସୁବାଷ ଚନ୍ଦ୍ର ରାଉତ ଜିଲ୍ଲା ଆବାହକ, ଆଦିତ୍ୟ ନାରାୟଣ ରଥ ଜିଲ୍ଲା ସାଧାରଣ ସମ୍ପାଦକ,ନୀଳକଣ୍ଠ ରେଡ୍ଡୀ ଜିଲ୍ଲା ଯୁବ ସଭାପତି, ଶ୍ରୀନିବାସ ରେଡ୍ଡୀ ବ୍ରହ୍ମପୁର ଲୋକସଭା ଇନଚାର୍ଜ,ବିଚିତ୍ରାନନ୍ଦ ମୁନି, ହିମାଂଶୁ ସାହୁ, ପଦ୍ମନାଭ ମହାରଣା,କବିରାଜ ବେହେରା,ଶିବ କୁମାର କରାଡ଼େ ଉପ ସଭାପତି, ଧୀରେନ୍ଦ୍ର ସାବତ ସମ୍ପାଦକ, ଗଣେଶ ପାତ୍ର, ବିଷ୍ଣୁ ରଣା ସହ ସମ୍ପାଦକ,ନିଭାସ୍ମିତା ପ୍ରଧାନ ମହିଳା ସଭାନେତ୍ରୀ,ଅଜାମ୍ବିଳ ବିଶ୍ୱାଳ ଛତ୍ରପୁର ବିଧାନସଭା ଇନଚାର୍ଜ, ରଂଜିତ ତ୍ରିପାଠୀ ସୋରଡ଼ା ଇନଚାର୍ଜ, କୋରେଶ ମହାରଣା ଦିଗପହଣ୍ଡି ଇନଚାର୍ଜ,ରଞ୍ଜନ କୁମାର ବିଶ୍ୱାଳ ଆସ୍କା ଇନଚାର୍ଜ, କୈଳାଶ ସେଠୀ ଲିଗାଲ ସେଲ ସଭାପତି,ଏମ୍. ସରିଫ, ଡ଼. ରତିକାନ୍ତ ନାୟକ, ଧୀରେନ୍ଦ୍ର ଟହଲ ଏପରି ଅନେକ କାର୍ଯ୍ୟକର୍ତ୍ତାଙ୍କୁ ବିଭିନ୍ନ ପଦ ପଦବୀ ସହ ଦାୟିତ୍ୱ ବଣ୍ଟନ ସର୍ବ ସମ୍ମତି କ୍ରମେ ଦିଆ ଯାଇଥିଲା l
