ବର୍ଜ୍ୟବସ୍ତୁକୁ ହସ୍ତଶିଳ୍ପରେ ପରିଣତ କରିବା: ରେଳ ପରିସରରେ ସ୍ୱଚ୍ଛତା ପାଇଁ ଏକ ନୂତନ ପଦକ୍ଷେପ |

ଅବିରତ ଭାବେ ସ୍ୱଚ୍ଛତା ଅଭିଯାନକୁ ବଜାୟ ରଖିବା ପାଇଁ ପୂର୍ବତଟ ରେଳପଥ ନେଇଥିବା ପ୍ରତିବଦ୍ଧତାର ଏକ ଅଂଶ ଭାବରେ ବର୍ଜ୍ୟବସ୍ତୁ ଏବଂ ସ୍କ୍ରାପକୁ ଚମତ୍କାର ହସ୍ତଶିଳ୍ପରେ ପରିଣତ କରିବାକୁ ଲକ୍ଷ୍ୟ ରଖି ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟିକରି ନିଜକୁ ଗର୍ବିତ କରିପାରିଛି | ଡିଜେଲ ଏବଂ ଇଲେକ୍ଟ୍ରିକ୍ ଲୋକୋ ଶେଡ୍, ଟ୍ରାକ୍ସନ୍ ସବ୍ ଷ୍ଟେସନ୍, ଏବଂ ଟ୍ରାକ୍ସନ୍ ବଣ୍ଟନ ବିଭାଗର କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏହି ସୃଜନଶୀଳ ପ୍ରୟାସ କେବଳ ରେଳ ପରିସରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁନାହିଁ ବରଂ ପରିବେଶ ସୌନ୍ଦର୍ଯ୍ୟକରଣ ଓ ସ୍ୱଚ୍ଛତା ଅଭିଯାନ ସହିତ ସଚେତନତାକୁ ମଧ୍ୟ ପ୍ରୋତ୍ସାହିତ କରୁଛି | ସ୍ୱଚ୍ଛତା ହିଁ ସେବା ଏବଂ ସ୍ୱଚ୍ଛତା ପକ୍ଷ୍ୟ ପାଳନ ଅଭିଯାନର ଏକ ଅଂଶ ଭାବରେ, ରେଳ ଇଞ୍ଜିନ ସହିତ ଇଲେକ୍ଟ୍ରିକାଲ ଯନ୍ତ୍ରପାତି ଗୁଡିକର ବର୍ଜନ ହୋଇଥିବା ସାମଗ୍ରୀର ବ୍ୟବହାରକରି ରେଳ କର୍ମଚାରୀମାନେ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟଜନକ ପ୍ରତିକୃତି ନିର୍ମାଣ କରି ସେମାନଙ୍କର କର୍ମକ୍ଷେତ୍ର ପରିସରକୁ ସୌନ୍ଦର୍ଯ୍ୟ କାରଣ କରିପାରିଛନ୍ତି |

ଏହି ବର୍ଜନ ହୋଇଥିବା ଯନ୍ତ୍ରପାତି ଓ ଯନ୍ତ୍ରାଂଶ ଗୁଡିକ ମଧ୍ୟରୁ ବୁଲ ଗିୟର, ଟ୍ରକ୍ସନ ବାର, ଫେଉମାଟିକ ପାଇପ, କମ୍ପ୍ରେସର ଭାଲବ ସହିତ ଅନ୍ୟାନ ଅନୁପଯୋଗ ଯନ୍ତ୍ରାଂଶ ଦ୍ୱାରା ଆଖିଦୃଶିଆ କଳାକୃତି ନିର୍ମାଣ କରାଯାଇ ସ୍ୱଚ୍ଛତା ପାଇଁ ସୌନ୍ଦର୍ଯ୍ୟକରଣ କରାଯାଇ ଅଛି | ଏହି ଅଭିନବ କଳାକୃତି ଗୁଡିକୁ କାର୍ଯ୍ୟସ୍ଥଳ, କାରଖାନା ପରିସର ମଧ୍ୟରେ ସୁସଜ୍ଜିତ କରାଯାଇଅଛି | କଳାକୃତି ଗୁଡିକ ମଧ୍ୟରୁ ତ୍ରିରଙ୍ଗା ସହିତ ଭାରତର ମାନଚିତ୍ର, କୁତବ ମିନାର, ବ୍ରିଜ ଓ ଟନେଲ ଭଳି ବହୁ ପ୍ରସିଦ୍ଧ ଲ୍ୟାଣ୍ଡମାର୍କର ମଡେଲ, ଏବଂ ଡାଇନୋସର, ବାଦ୍ୟଯନ୍ତ୍ର ଏବଂ ଅନ୍ୟାନ୍ୟ ସୃଜନଶୀଳ ରୂପର ଚମତ୍କାର ମୂର୍ତ୍ତି ଅନ୍ତର୍ଭୁକ୍ତ | ସ୍ୱଚ୍ଛତା ଏବଂ ପରିବେଶ ପରିଚାଳନା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପହଞ୍ଚାଇବା ପାଇଁ ବର୍ଜ୍ୟବସ୍ତୁ ସାମଗ୍ରୀର ସମ୍ଭାବନାକୁ ଦର୍ଶାଇ ଏହି ପଦକ୍ଷେପ ଯାତ୍ରୀ ଏବଂ ସ୍ଥାନୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି | ପୂର୍ବତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱରର ରେଳ ସଦନରେ ପ୍ରଦର୍ଶିତ ପୂର୍ବରୁ ସ୍ଥାପନ ହେଇଥିବା ବିଭିନ୍ନ କଳାକୃତି ଅଧିକ ସୃଜନଶୀଳତାକୁ ପ୍ରେରଣା ଦେଇ ଏକ ଉଦାହରଣ ସୃଷ୍ଟି କରିଛି | କଳାକୃତି ମଧ୍ୟରେ ନୃତ୍ୟ ଶୈଳୀରେ ବର୍ଜ୍ୟବସ୍ତୁରୁ ନିର୍ମାଣ ହୋଇଥିବା ପ୍ରେଅତିମୁର୍ତି, ସ୍କ୍ରାପ୍ ଧାତୁରୁ ତିଆରି ଏବଂ ଜଟିଳ ଡିଜାଇନରେ ଗଢାଯାଇଥିବା ମାନବ ଚିତ୍ର ଅଛି | କ୍ୟାମ ଗିଅର ଏବଂ ପିଷ୍ଟନ୍ କ୍ୟାରିୟର ପରି ଉପାଦାନରୁ ନିର୍ମିତ ଏହି ପ୍ରତିମୁର୍ତି ଗୁଡ଼ିକ, ପରିତ୍ୟକ୍ତ ସାମଗ୍ରୀଗୁଡିକର କିପରି ସୁନ୍ଦର କଳା ଅଭିବ୍ୟକ୍ତିରେ ରୂପାନ୍ତରିତ ହୋଇପାରିବ, ଏହାର ଉଦାହରଣ ଦେଇଥାଏ | ଏହା ସହିତ, ଏହି ପଦକ୍ଷେପ ରେଳ କର୍ମଚାରୀଙ୍କ ମଧ୍ୟରେ ଦକ୍ଷତା ବିକାଶ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ | କର୍ମଚାରୀ ମାନଙ୍କ ଅବକାଶ ସମୟରେ ବିଶାଖାପାଟନମ୍, ବିଜୟନଗରମ୍, ଏବଂ ଆରାକୁ ସମେତ ସ୍ଥାନଗୁଡିକର କର୍ମଚାରୀମାନେ କଳା ମାଧ୍ୟମରେ ନିଜ ଆଖପାଖକୁ ସୌନ୍ଦର୍ଯ୍ୟକରଣ କରିବାରେ ସକ୍ରିୟ ଭାବରେ ନିୟୋଜିତ ହୋଇଥିଲେ | ନିକଟ ଭବିଷ୍ୟତରେ ଅଧିକ ରେଳ ଷ୍ଟେସନରେ ଅଧିକ କଳାକୃତି ସ୍ଥାପନ ପାଇଁ ଯୋଜନା ଥିବା ସହିତ ବିଶାଖାପାଟନମ୍ ଷ୍ଟେସନ୍, ରେଳ ଷ୍ଟାଡିୟମ୍ ଏବଂ ଡିଜେଲ୍ ଲୋକୋ ଶେଡ୍ ରେ ସେମାନଙ୍କର କିଛି ପ୍ରତିକୃତି ପୂର୍ବରୁ ଦେଖିବାକୁ ମିଳେ | ସୃଜନଶୀଳତା ଏବଂ ସ୍ୱଚ୍ଛତାର ସ୍ଥାୟୀତ୍ୱକୁ ଗ୍ରହଣ କରି ପୂର୍ବତଟ ରେଳପଥ କିପରି ପରିଷ୍କାର ପରିଚ୍ଛନ୍ନତା ଏବଂ ପରିବେଶ ସଚେତନତା କରିବା ସହିତ ସ୍ଥାନୀୟ ଅଞ୍ଚଳର ସଂସ୍କୃତିକୁ ପ୍ରତିପାଦିତ କରି ଏହିପରିକ କଳାକୃତି ସ୍ୱଚ୍ଛତା ପାଇଁ ଉଦାହରଣ ସୃଷ୍ଟି କରିଛି |

Leave a Reply

Your email address will not be published. Required fields are marked *