ରାଳବ ଗ୍ରାମରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ
ରକ୍ତଦାନର ଜାଗରଣକୁ ଲୋକଙ୍କ ମନରେ ଆଣିପାରିଥିବା ସଂଗଠନ ହେଲା ବିପଦର ବନ୍ଧୁ ସଂଗଠନ । ଏ ପରିପ୍ରେକ୍ଷୀରେ ଆଜି ରାଳବ ଗ୍ରାମରେ ଏକ ସପ୍ତମ ସ୍ୱତନ୍ତ୍ର ସ୍ବେଚ୍ଛାକୃତ ରକ୍ତଦାନ ଶିବିର” ଅନୁଷ୍ଠିତ ହୋଇଯାଇଛି । ବିପଦର ବନ୍ଧୁ ଓଡିଶା ଏବଂ ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ଆଜି ରାଳବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି । ଉକ୍ତ ଶିବିରକୁ ସମାଜସେବୀ ଗଙ୍ଗାଧର ପରିଡ଼ା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଗ୍ରାମବାସୀଙ୍କ ଅହେତୁକ ଉତ୍ସାହ ଏବଂ ସେହି ଉତ୍ସାହର ସହିତ ରକ୍ତ ଦାନ କରିଥିଲେ ।

୫ ଜଣ ମହିଳା, ୩୫ ଜଣ ନୂତନ ରକ୍ତଦାତା ଓ ୨ଜଣ ଦିବ୍ୟାଙ୍ଗ ରକ୍ତଦାତାଙ୍କ ସମେତ ଏହି ଶିବିରରେ ସର୍ବମୋଟ ୧୧୦ୟୁନିଟ ବ୍ରହ୍ମପୁର ରକ୍ତଭଣ୍ଡାରର ସଦସ୍ୟମାନେ ରକ୍ତସଂଗ୍ରହ କରିଥିଲେ। ଆଗାମୀ ସମୟରେ ମଧ୍ୟ ରକ୍ତ ସଙ୍କଟକୁ ଆଖି ଆଗରେ ରଖି ଆୟୋଜନ କରାଯିବ ବୋଲି ଗ୍ରାମବାସୀ ତଥା ବିପଦର ବନ୍ଧୁ ଓଡ଼ିଶା ର କର୍ମକର୍ତ୍ତା ମତ୍ତ ପ୍ରକାଶ କରିଛନ୍ତି।ଏହିଭଳି ମହତ୍ କାର୍ଯ୍ୟଧାରା ତଥା ଚିନ୍ତାଧାରା ପାଇଁ ରାଳବ ଗ୍ରାମକୁ ବୁଦ୍ଧିଜୀବୀ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
