ବାଣ ତିଆରି ସମୟରେ ବିସ୍ପୋରଣ
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମ ରେ ଅଘଟଣ, ବାଣ ଭିଡୁଥିବା ବେଳେ ବିସ୍ପୋରଣ ଘଟି ୪ ନାବାଳକ ଗୁରୁତର, ଖଲ୍ଲିକୋଟ ମେଡିକାଲ ଗୁରୁତର ମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ସ୍ତାନାନ୍ତର କରାଯାଇଛି । ଆଗକୁ ଦୀପାବଳି ଥିବାରୁ ମନିକ୍ୟପୂର ଗ୍ରାମର ଗୋଟିଏ ଘରେ ସେହି ୪ନାବାଳକ ବାଣ ତିଆରି କରୁଥିଲେ । ଅସାବଧାନତା ଯୋଗୁଁ ବାଣ ତିଆରି ସମୟରେ ଘର ଭିତରେ ହଟାତ ବାଣ ବିସ୍ପୋରଣ ହୋଇଥିଲା । ବିସ୍ପୋରଣ ବାଣ ତିଆରି କରୁଥିବା ନାବାଳକ ପ୍ରସାଦ ଗୌଡ଼ , ବାଦଲ ଗୌଡ଼ , ବାବୁଲା ଗୌଡ଼ ଓ ସମୀର ଦୁହୁଡି ଗୁରୁତର ଭାବେ ଆହତ ହୋଇ ଖଲ୍ଲିକୋଟ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ।

ଖଲ୍ଲିକୋଟ ମେଡିକାଲ ଏମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି କୁ ସ୍ଥାନା ନ୍ତର କରାଯାଇଛି । ବାଣ ବିସ୍ଫୋରଣ ର ମାତ୍ରା ଏତେ ଭୟଙ୍କର ଥିଲା ଯେ ଏହି ବିସ୍ପୋରଣ ରେ ନାବାଳକ ବାଦଲ ର ଗୋଟିଏ ଗୋଡ଼ ଓ ହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
