ଓପିଏସସି ପରୀକ୍ଷା ରେ ସଫଳତା ହାସଲ କଲେ ଗାୟତ୍ରୀ ଇନ୍ଷ୍ଟିଟ୍ୟୁଟର ଝିଅ ପ୍ରୀତିଲତା

ଚଳିତ ବର୍ଷର ଓପିଏସସି ପରୀକ୍ଷାରେ ଦେଓଖାଲିର ବୋହୁ 250ତମ ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି।ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ସେ ଏହି ସଫଳତା ହାସଲ କରିପାରିଛନ୍ତି l ସ୍ୱାମୀ କବିସୂର୍ଯ୍ୟନଗର ନିକଟ ପୁରୁଷୋତମପୁର ଆରଆଇ ଅଫିସର ଜୁନିଅର କ୍ଲକ ଭାବେ କାର୍ଯ୍ୟରତ l 2015 ମସିହାରେ ଏମ.କମ ଶିକ୍ଷା ସାରିବା ପରେ ବିବାହ ବନ୍ଦନରେ ବାନ୍ଧି ହୋଇଥିଲେ l 2017ରେ ପୁଅ ଦିବ୍ୟଂଶୁ ଜନ୍ମ ହୋଇଥିଲା l ଏହି ସାମାଜିକ ଅନୁବନ୍ଧନରେ ବେଶିଦିନ ରଖି ପାରି ନ ଥିଲା l 2019 ମସିହାରେ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ l ଘରର ବୋହୁ ହୋଇବି ଶାଶୁଶ୍ୱଶୁର, ମାବାପା, ସ୍ୱାମୀ ଅକୁଣ୍ଠ ସହଯୋଗ, ଉତ୍ସାହ ଓ ପ୍ରେରଣା ହେତୁ ସେ ଏହିଭଳି କଷ୍ଟ ପରୀକ୍ଷା ଉତୀର୍ଣ୍ଣ ହେବାରେ ସହଜ ହୋଇଥିବା କହିଛନ୍ତି l କବିସୂର୍ଯ୍ୟନଗର ଗାୟତ୍ରୀ ଇନ୍ଷ୍ଟିଟ୍ୟୁଟ ଏହି ବାଟକୁ ଆହୁରି ସୁଗମ କରିଥିଲା l ମୋବାଇଲ ସଦ ବିନିଯୋଗ କରିବା ସହ ଦିନଜୁ 6ରୁ 8 ଘଣ୍ଟା ପରିଶ୍ରମ ନିହାତି ଆବଶ୍ୟକ l ଭଗବାନ ଠାରେ ଆତ୍ମବିଶ୍ୱାସ ପରିଶ୍ରମ ନିଶ୍ଚିତ ଭାଗ୍ୟ ଖୋଲିବାରେ ସାହାର୍ଯ୍ୟ ହୋଇପାରିବ ବୋଲି ଦୃଢତାର ସହ କହିଛନ୍ତି ପ୍ରୀତିଲତା lଏହାପରେ ଚଳିତ ବର୍ଷ ସେ ଶେଷଥର ପାଇଁ ଓଡିଶା ପ୍ରଶାସନିକ ସେବା ପରୀକ୍ଷା(ଓପିଏସସି )ଦେଇ ଏହି ସଫଳତା ହାସଲ କରିଛନ୍ତି।ଏହି ସଫଳତା ହାସଲ ପରେ ପ୍ରେରଣା ନ୍ୟୁଜ ଟୁଡ଼େ ପ୍ରଥମେ ତାଙ୍କର ପ୍ରତିକ୍ରିୟା ଦେଇ ତାଙ୍କ ସଫଳତାର ଶ୍ରେୟ ତାଙ୍କ ବାପା, ମାଆ, ସ୍ୱାମୀ ଓ ଶାଶୁଶ୍ୱଶୁର ଏବଂ କବିସୂର୍ଯ୍ୟନଗର ଗାୟତ୍ରୀ ଇନ୍ଷ୍ଟିଟ୍ୟୁଟ କୁ ଦେଇଛନ୍ତି ।ଏପରିକି ଛୋଟ ବେଳୁ ବିଭିନ୍ନ ମହାପୁରୁଷ ମାନଙ୍କ ଜୀବନୀ, ଜିଲାପାଳ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଦାୟିତ୍ୱବୋଧ ଓ କାର୍ଯ୍ୟ ଧାରାର ଉଦାହରଣ ଦେବାସହ ପୁସ୍ତକ ପଠନ,ପ୍ରବନ୍ଧ ଲିଖନ ଉପରେ ଗୁରୁତ୍ୱ ଦେଇ ପ୍ରେରଣା ଯୋଗାଇ ଆସୁଥିଲେ। କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସୀତାରାମ ପାଣିଗ୍ରାହୀ, ଗାୟତ୍ରୀ ଇନ୍ଷ୍ଟିଟ୍ୟୁଟ ପ୍ରତିଷ୍ଠାତା ଗାୟତ୍ରୀ କର, ପରିଚାଳକ ସୁରେଶ ମାଧବ କରଙ୍କ ସମେତ ବହୁ ସାମାଜିକ ଅନୁଷ୍ଠାନ, ଶୁଭେଛୁ, ଜ୍ଞାତିକୁଟୁମ୍ବ ଙ୍କ ଶୁଭେଚ୍ଛାର ସୁଅ ଛୁଟି ଆସୁଛି

Leave a Reply

Your email address will not be published. Required fields are marked *