ଏ ଅଣ୍ଡିଆ ସମବାୟ ସମିତି କାର୍ଯ୍ୟାଳୟ ନା ଜଙ୍ଗଲ
ସରକାର ଚାଷୀ ମାନଙ୍କ ସୁବିଧା ନିମନ୍ତେ ବହୁବିଧ ଯୋଜନା କରିଛନ୍ତି। ସେହି ଯୋଜନା ସବୁକୁ ଚାଷୀ ମାନଙ୍କ ପାଖରେ ପହଞ୍ଛାଇବା ପାଇଁ ବ୍ଲକର ପ୍ରତି ପଂଚାୟତରେ ସେବା ସମବାୟ ସମିତି କାର୍ଯ୍ୟାଳୟ କରା ଯାଇଛି। ନିମାପଡାରେ 32 ଟି ସେବା ସମବାୟ ସମିତି ପ୍ରତି ପଂଚାୟତରେ କରା ଯାଇଛି। ତା ମଧ୍ୟରୁ ଅଣ୍ଡିଆ ସେବା ସମବାୟ ସମିତି ଗୋଟିଏ।ସ୍ଥାନୀୟ ଜୟଶ୍ରୀ ଛକ ନିକଟରେ ଏହାର କାର୍ଯ୍ୟାଳୟ ଅଛି। ଏହାର ପରିବେଶ ଦେଖି ପାଠକେ ଅନୁମାନ କରି ପାରୁଥିବେ ଏହା ଅଣ୍ଡିଆ ସମବାୟ ସମିତି କାର୍ଯ୍ୟାଳୟ ନା ଜଙ୍ଗଲ। ଏ ପରିବେଶରୁ ସ୍ପଷ୍ଠ ଅନୁମେୟ ଏ କାର୍ଯ୍ୟାଳୟ ଦୀର୍ଘ ଦିନ ହେବ ଖୋଲାଯାଇ ନାହିଁ। କାର୍ଯ୍ୟାଳୟ କବାଟରେ ପଡ଼ିଥିବା ତାଲା ଜଙ୍କ ଲାଗି ଯାଇଥିବା ବେଳେ କାର୍ଯ୍ୟାଳୟ ସମ୍ମୁଖ ଭାଗରେ ଗଛ ଲତା ମାଡି ଜଙ୍ଗଲ ହୋଇ ଗଲାଣି। ବର୍ତ୍ତମାନ ଅଣ୍ଡିଆ ସେବା ସମବାୟ ସମିତି ସତେ ଯେମିତି କୋମାକୁ ଚାଲି ଯାଇଛି। ସୋସାଇଟି ମାଧ୍ୟମରେ ଚାଷୀ ମାନେ ସରକାରଙ୍କ ସମସ୍ତ ଯୋଜନା ପାଇଥାନ୍ତି। ଚାଷୀଙ୍କୁ ଚାଷ କାର୍ଯ୍ୟ ପାଇଁ କୃଷି ଋଣ ଯୋଗାଇବା, ଆବଶ୍ୟକିୟ କୃଷି ଉପକରଣ କ୍ରୟ କରିବା ପାଇଁ ଋଣ ସହ ଗୋଲଡ ଲୋନ ପ୍ରଭୁତି ସହାୟତା ପ୍ରଦାନ କରିଥାଏ ସେବା ସମବାୟ ସମିତି। ଏହାଛଡ଼ା କୁକୁଡ଼ା ଫାର୍ମ,ଡାଏରୀ ଫାର୍ମ କରିବାକୁ ଚାଷୀ ମାନେ ଏହି ସେବା ସମବାୟ ସମିତି ମାଧ୍ୟମରେ ଲୋନ ପାଆନ୍ତି । ସେବା ସମବାୟ ସମିତିର ଚାଷୀ ମାନଙ୍କ ପାଇଁ ବହୁ ଦାୟିତ୍ୱ ଥିବା ବେଳେ ବହୁ ପୁରାତନ ଅଣ୍ଡିଆ ସେବା ସମବାୟ ସମିତି ଏ ସବୁ ସହାୟତା ପ୍ରଦାନ କରିବା ତ ଦୂରର କଥା ବର୍ତ୍ତମାନ ଅବସ୍ଥାରେ କୋମାରେ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଅଭିଯୋଗ ଅନୁଯାଇ ପ୍ରାୟ ଦେଢ଼ ବର୍ଷରୁ ଉର୍ଦ୍ଧ ହେବ ମିଟିଙ୍ଗ ହେଉନାହିଁ। ମନମୁଖୀ ସେକ୍ରେଟାରୀ କୌଣସି ମିଟିଙ୍ଗ ନ କରି ପିଅନ ମାଧ୍ୟମରେ ରେଜୁଲେସନ ଖାତାରେ ଦସ୍ତଖତ କରାଇବାକୁ ଇଲେକ୍ଟଟେଡ଼ ସଭ୍ୟଙ୍କ ପାଖକୁ ଖାତା ପଠାଉ ଥିବା ସଭ୍ୟ ମାନେ ଅଭିଯୋଗ କରିଛନ୍ତି। ମାତ୍ର ସଭ୍ୟ ସଭ୍ୟା ମାନେ ବିନା ମିଟିଙ୍ଗରେ ରେଜୁଲେସନ ଖାତାରେ ଦସ୍ତଖତ କରୁ ବାକୁ ବାରଣ କରିବାରେ ଏ ନେଇ ବିବାଦ ସୃଷ୍ଟି ସଭ୍ୟ ଅଭିଯୋଗ କରିଛନ୍ତି । ଏଥିପାଇଁ ବହୁ ସରକାରୀ ଯୋଜନାରୁ ବଂଚିତ ହେଉଛନ୍ତି ଚାଷୀ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ,ସ୍ଥାନୀୟ ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅଣ୍ଡିଆ ସେବା ସମବାୟ ସମିତି ଉପରେ ପଦକ୍ଷେପ ନେବା ସହ ଜଙ୍ଗଲ ପରିବେଶରୁ ସମବାୟ ସମିତିକୁ ମୁକ୍ତ କରି କାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣରେ ଦାବୀ ହେଇଛି।
