ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ପୁସ୍ତକ ଉନ୍ମୋଚନ ଉତ୍ସବ।
ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ପୁସ୍ତକ ସାଧନା ରୁ ସିଦ୍ଧି ଉନ୍ମୋଚନ ଉତ୍ସବ ରାଜ୍ୟ ଫୋରମ୍ ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ଵର ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଅକ୍ଟୋବର ମାସ ଏକୋଇଶି ତାରିଖ ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଓଡ଼ିଶାରେ ମାନ୍ୟବର ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉପସ୍ଥିତ ହୋଇ ସମାଜ ଗଠନ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଭୂମିକା ଉପରେ ଆଲୋକପାତ କରି ଓଡ଼ିଶା ର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଜୀବନାବଳୀ ଓ ଉତ୍ସର୍ଗୀକୃତ ସେବାକୁ ନେଇ ପ୍ରସ୍ତୁତ ପୁସ୍ତକ ସାଧନା ରୁ ସିଦ୍ଧି ପ୍ରତ୍ୟେକ ବିଦ୍ୟାଳୟକୁ ପହଞ୍ଚାଇବାକୁ ମତ ରଖିଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ଉପଦେଷ୍ଟା ତଥା ପ୍ରାକ୍ତନ ଜିଲ୍ଲାପାଳ ବାଲେଶ୍ଵର ସନାତନ ମଲ୍ଲିକ ସମାଜ ଗଠନ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଫୋରମ୍ ର ଅନ୍ୟତମ ଉପଦେଷ୍ଟା ତଥା ପ୍ରାକ୍ତନ ସ୍ବତନ୍ତ୍ର ବିଚାରପତି ଭିକାରୀ ଚରଣ ରାଉତ ସରକାରୀ ସେବା ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିଆଗଲେ ସମାଜ ର ଉନ୍ନତି ସାଧନ ହୋଇ ପାରିବ ବୋଲି ମତରଖିଥିଲେ।
ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହିତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।ବରେଣ୍ଯ ଅତିଥି ମାନଙ୍କ ଦ୍ବାରା ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ଉପସଭାପତି କୃଷିଦା ବେଗମ୍ ଦୁଃଖବନ୍ଧୁ ସାହୁ, ରାଧା ଶ୍ୟାମ ପଣ୍ଡା, ସମ୍ପାଦକ ରବିନ୍ଦ୍ର ନାଥ ସ୍ୱାଇଁ, ଅଜିତ କୁମାର ସେଠୀ , ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ବୈଲୋଚନ ସାହୁ ,ବିନୟ କୁମାର ପାଣି ,ତାପସ କୁମାର ମହାନ୍ତି, ସୁବାସ ଚନ୍ଦ୍ର ରାଉତ , ଡଃ ପ୍ରଦୀପ କୁମାର ମିଶ୍ର, କୋଷାଧ୍ୟକ୍ଷ ଡଃ ଗଙ୍ଗୋତ୍ରୀ ଦେବୀ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ତ୍ରିପାଠୀ,ସଞ୍ଜୁବାଳା ମିଶ୍ର, କବିତା ଦେବୀ, ଚାରୁଲତା ମିଶ୍ର ମିନତି ପଟ୍ଟନାୟକ, ଉର୍ମିଳା ସାମଲ,ନିଳିମା କୁମାରୀ ସାହୁ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଗଗନ ବିହାରୀ ପଣ୍ଡା, ସୈାଭାଗ୍ୟ ପଟେଲ , ହେମଲତା ବେଗମ ଙ୍କ ସହିତ ଅନେକ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ।
