ଓ.ଏ.ଏସ୍. ଟପ୍ପରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା
– ସଦ୍ୟ ପ୍ରକାଶିତ ୨୦୨୨ ବର୍ଷ ପାଇଁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାର ଫଳାଫଳ ଅନୁଯାୟୀ ସର୍ବୋଚ୍ଚ ସ୍ଥାନ ଅଧୁକାର କରି ଜିଲ୍ଲାର ତଥା ରାଜ୍ୟର ଗୌରବ ବୃଦ୍ଧି କରିଥିବା ଭଦ୍ରକ ମାଟିର ଝିଅ ଶ୍ଵେତାଶ୍ରୀ ମହାପାତ୍ରଙ୍କୁ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଧନା ଜ୍ଞାପନ କରାଯାଇଛି ।ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୁଶ୍ରୀ ମହାପାତ୍ରଙ୍କୁ ତାଙ୍କ ପିତାମାତାଙ୍କ ଗହଣରେପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା ସହିତ ଆଶିର୍ବାଦ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନକରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ସହକାରୀ ଜିଲ୍ଲାପାଳ କାର୍ଷିକନାଥମଣ୍ଡଳ, ସାଗରିକା ସାହୁ, ତନ୍ମୟ କୁମାର ଜେନା, ପ୍ରଜ୍ଞା ହୋତା, ତନ୍ମିତା କର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧୁକାରୀରମେଶ ଚନ୍ଦ୍ର ନାୟକ ଏବଂ ଗଣମାଧ୍ୟମ ପ୍ରତିନିଧୂମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସୁଶ୍ରୀ ମହାପାତ୍ର ଓ.ଏ.ଏସ୍.ପରୀକ୍ଷାରେ ଟସର ହେବା ଆମ ଜିଲ୍ଲା ପାଇଁ କେବଳ ଯେ ଗୌରବର ବିଷୟ ତାହା ନୁହେଁ ଆଗାମୀ ଦିନରେ ଅନେକ ମେଧାବୀନିଷ୍କାର ସହିତ କଠୋର ପରିଶ୍ରମ କରି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚୁବାକୁ ଏଥରେ ନିଶ୍ଚୟ ଅନୁପ୍ରାଣୀତ ହେବେ ବୋଲି ଜିଲ୍ଲାପାଳପ୍ରକାଶ କରିଥିଲେ । ଶ୍ଵେତାଶ୍ରୀଙ୍କ ପିତା ଅବସର ପ୍ରାପ୍ତ ଶିକ୍ଷକ ମୁକ୍ତିକାନ୍ତ ମହାପାତ୍ର ଓ ମାତା ସୁବାସିନୀ ନାୟକ ଶିକ୍ଷୟିତ୍ରୀ ଏହିସଫଳତା ପଛରେ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇଥିଲେ ।
