ଜଙ୍ଗଲ ରାସ୍ତାରେ ବ୍ୟବସାୟିକ ଭାରିଯାନ ଚଳାଚଳକୁ ଗ୍ରାମବାସୀଙ୍କ ବିରୋଧ

।- ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କୁସୁମଯୋଡି ପଞ୍ଚାୟତର ଆଲୁଅଝରଣ ଠାରୁ କଡୁଆ ପଞ୍ଚାୟତର ଗାଲୁ ପର୍ଯ୍ୟନ୍ତ ଯାଇଥିବା ବଣାଇ ଜଙ୍ଗଲ ରାସ୍ତାରେ ବ୍ୟବବସାୟିକ ଭାରୀଯାନ ଚଳାଚଳ କୁ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଇ ଯାଉଥିବା ଭାରୀଯାନକୁ ଅଟକାଇଛନ୍ତି l l କାମାକ୍ଷାନଗର ବ୍ଲଜ ର ମହୁଲପାଳ ପଞ୍ଚାୟତ ର ବିଜାଡ଼ିହ ଠାରେ ଖେମକା ମେଟାଲସ ଅଲୟୋଜ ପ୍ରାଇଭେଟ କମ୍ପାନୀ ସ୍ଥାପିତ ହୋଇଛି l ଏହି କମ୍ପାନୀରୁ ଯାଉଥିବା ଏବଂ ଆସୁଥିବା ଭାରୀଯାନ ଗୁଡିକ ବଣାଇ ଜଙ୍ଗଲ ରାସ୍ତାରେ ଯାତାୟାତ କରୁଛି l ଏହି ରାସ୍ତା ଜଙ୍ଗଲ ରାସ୍ତା ହୋଇଥିବା ବେଳେ ଆଲୁଅଝରଣ ଗ୍ରାମବାସୀଙ୍କ ଗାଈଗୋରୁ ଏହି ରାସ୍ତା ଦେଇ ପ୍ରତ୍ୟହ ଯାଇଥାନ୍ତି l ଫଳରେ ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଡ଼ିବାର ଆଶଙ୍କା ଥିବାରୁ ଗ୍ରାମ୍ବାସୀଙ୍କ ପକ୍ଷରୁ ଭାରୀଯାନ ଚଳାଚଳକୁ ବିରୋଧ କରି ଆସୁଥିଲେ l ଏ ସଂକ୍ରାନ୍ତରେ କମ୍ପାନୀ ସହିତ ମଧ୍ୟ ଆଲୋଚନା କରାଯିବା ସକାଶେ ଗ୍ରାମରେ ସଭା ର ଆୟୋଜନ କରାଯାଇ ସମୟ ନିର୍ଘଣ୍ଟ ହୋଇଥିବା ବେଳେ ସୋମବାର ରାତି କମ୍ପାନୀରୁ ଏକ ଭାରୀଯାନ ଉକ୍ତ ରାସ୍ତାରେ ଯାଉଥିବା ବେଳେ ଗ୍ରାମବାସୀମାନେ ଭାରୀଯାନକୁ ଅଟକାଇ ରଖିଛନ୍ତି l

Leave a Reply

Your email address will not be published. Required fields are marked *