ଆଖିରେ ଦେଖାଯାଉନାହିଁ ୨ କୋଟି ୯୯ ଲକ୍ଷ୍ୟ ୩ ହଜାର କାମ

ବଲସକୁମ୍ପା ମାଁ ବରାଳଦେବୀ ମନ୍ଦିର ଉନ୍ନତି କରଣ।* ମନ୍ଦିର ପରିଚାଳନା କମିଟିର ଅଭିଯୋଗ।* କାମ ହେଉନାହିଁ କି ହିସାବ ମିଳୁନାହିଁ।* ଅର୍ଥ ତୋଷାର ପାତ ହୋଇଥିବା ସନ୍ଧେହ।ଫୁଲବାଣୀ:ନିପ୍ର:-୨୪/୧୦ ଦୀର୍ଘବର୍ଷ ହେବ ଓଡ଼ିଶା ମାନ ଚିତ୍ରରେ ପର୍ଯ୍ୟଟନ କେନ୍ଦ୍ର ସ୍ଥଳୀ ଭାବେ ପଞ୍ଜୀକରଣ ତାଲିକାରେ ସ୍ଥାନ ପାଇଥିବା କନ୍ଧମାଳ ଜିଲ୍ଲାର ବଲସକୁମ୍ପା ଠାରେ ଅବସ୍ଥାପିତ ହୋଇ ବହୁ ଆହ୍ଵାନ କାଳରୁ ରହି ଆସିଥିବା ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଠାକୁରାଣୀ ମାଁ ବରାଳଦେବୀ ଙ୍କ ପାଖକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଦର୍ଶନ କରିବା ପାଇଁ ଓ ନିଜର ମାନସିକ ପୂରଣ କରିବା ନିମନ୍ତେ ମାନସିକଧାରୀ ତଥା ସହ ସହ ଶ୍ରଦ୍ଧାଳୁ ବର୍ଷ ତମାମ ଆସିଥାନ୍ତି। ହେଲେ ମାନସିକଧାରୀ ଏବଂ ଶ୍ରଦ୍ଧାଳୁ ମାନଙ୍କ ରାତ୍ରୀ ଯାପନ କରିବା ପାଇଁ ଆଶ୍ରୟ ସ୍ଥଳୀ ଓ ସେମାନଙ୍କ ସମସ୍ତ ପ୍ରକାର ଆନୁସାଙ୍ଗିକ ବ୍ୟବସ୍ଥା,ମନ୍ଦିର ସୁରକ୍ଷା ପାଇଁ ଚାରିପାଖେ ପାଚେରୀ ଏବଂ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ ପାଇଁ ଦୀର୍ଘ ବର୍ଷ ଧରି ମନ୍ଦିର ପରିଚାଳନା କମିଟି ଓ ୧୩ ମୁଠା ଅଞ୍ଚଳ ବାସୀଙ୍କ ତରଫରୁ ଦାବୀ କରି ଆସୁଥିଲେ। ଏମିତିକି ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପ୍ରକାଶ ହେଉଥିଲା ଏବଂ ସ୍ଥାନୀୟ ଦୁଇ ଯୁବକ ସଂଘ ମାଁ ଇଷ୍ଟଦେବୀ ଯୁବ କଳା ପରିଷଦ ଓ ମାଁ ବରାଳଦେବୀ ପକ୍ଷରୁ ସରକାରଙ୍କୁ ନିବେଦନ କରି ଆସୁଥିଲେ। ଯେତେବେଳେ 5T ଯୋଜନା କରାଗଲା ସେତେବେଳେ ଏହି ଯୋଜନାରେ ମନ୍ଦୀର,ମସଜିଦ,ପର୍ଯ୍ୟଟସ୍ଥଳୀ,ମଣ୍ତପ ଗୁଡ଼ିକର ଉନ୍ନତୀ କରଣ କରାଯିବ ବୋଲି ଘୋଷଣା ହେଲାପରେ। ପୂର୍ବରୁ ଦାବି ହୋଇ ଆସୁଥିବା ଅନୁସାରେ ଜିଲ୍ଲାପାଳ ଙ୍କ ମାଧ୍ୟମରେ କନ୍ଧମାଳ ଜିଲ୍ଲାରୁ ୨୧୧ ଟି ପ୍ରକଳ୍ପର ପ୍ରପୋଜାଲ ତାଲିକା ପ୍ରସ୍ତୁତ କରାଗଲା ଏହାସହିତ ସ୍ବତନ୍ତ୍ର ଭବେ ଜିଲ୍ଲାର ବଲସକୁମ୍ପା ମାଁ ବରାଳଦେବୀ ମନ୍ଦିର,ଫୁଲବାଣୀ ଜଗନ୍ନାଥ ମନ୍ଦିର,ବାଲିଗୁଡ଼ା ମାଁ ପାଟଖଣ୍ଡା ମନ୍ଦିର,ଚକାପାଦ ବାବା ବିରୁପାକ୍ଷ ମନ୍ଦିର, ଗୁଡ଼ିକ ଉନ୍ନତୀ କରଣ କରିବା ପାଇଁ ତାଲିକା କରାଯାଇ ସରକାରଙ୍କ ନିକଟକୁ ପଠା ଯାଇଥିଲା। ଖୁସିର କଥା ଯେ ଗୋଟିଏ ମାସ ମଧ୍ୟରେ ତତ୍କାଳୀନ ସରକାର 5T ଯୋଜନା ମାଧ୍ୟମରେ ୩ କୋଟି ଟଙ୍କା ମଞ୍ଜୁର କରି ମାଁ ବାରାଳଦେବୀ ମନ୍ଦିର ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟରେ ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା।

ଫୁଲବାଣୀ ପୂର୍ତ୍ତ ବିଭାଗ ଅଧିନରେ ହାତକୁ ନିଆଯାଇ ଉନ୍ନତୀ କରଣ କାର୍ଯ୍ୟ ଆରମ୍ଭ କରାଗଲା କିନ୍ତୁ ଦୁଃଖର ବିଷୟ ଯେ କାର୍ଯ୍ଯ ଆରମ୍ଭ ଏକ ବର୍ଷ ବିତି ଯାଇଥିଲେ ସୁଧା ଆଖି ଦୁସିଆ ସେଭଳି କାମ ଜଣା ପଡ଼ୁନାହିଁ।ବହୁ ମନ୍ଥର ଗତିରେ ଇଛାନୁସାରେ ହେଉଥିବାରୁ ଆଗକୁ ବଢ଼ି ପାରୁନାହିଁ କାମ। ଆଖିକୁ କେବଳ ଦୁଇଟି ନୂତନ ଗୃହ ଓ ଲାଟିନ ଟାଙ୍କି ନିର୍ମାଣ ହେଉଥିବା ଦେଖା ଯାଇଥିବା ବେଳେପାଚେରୀ ଓ ମୂଖ୍ୟ ଫାଟକରେ ଦୁଇଟି ପିଲର ଉଠିଛି।ଆଉ ସେଭଳି କାମ ଆଖିରେ ଦେଖା ଯାଉନାହିଁ ମନ୍ଦିର ପରିଚାଳନା କମିଟି ଏନେଇ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ତାଙ୍କ କଥାକୁ କେହି ଶୁଣୁ ନଥିବା କମିଟି ପକ୍ଷରୁ କୁହା ଯାଉଛି।ସରକାରଙ୍କ ନିୟମ ପ୍ରକାରେ ଡିପିଆର ଅନୁସାରେ କାମ ହେବାକଥା ତାହାମଧ୍ୟ ହେଉନାହିଁ। ମଞ୍ଜୁର ହେଇଥିବା ଅନୁଦାନ ଅନୁସାରେ କେତେ ଖର୍ଚ୍ଚ ହେଲାଣି ଆଉ କେତେ ଅଛି ଏବଂ କଣ କଣ କରାଯିବ ବୋଲି ହିସାବ ମାଗିଲେ ମଧ୍ୟ ପୂର୍ତ୍ତ ବିଭାଗ କର୍ଣ୍ଣପାତ କରୁ ନାହାଁନ୍ତି। ତେଣୁ ଏଥିରୁ ଅନୁମାନ କରାଯାଉଛି ଯେ ଅର୍ଥ ତୋଷାରପାତ କରାଯାଇଥିବା ସନ୍ଧେହ ସୃଷ୍ଟି ହେଉଛି। ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ମନ୍ଦିର ପରିଚାଳନା କମିଟିର ଅଭିଯୋଗ ପ୍ରକାରେ ଜନସାଧାରଣଙ୍କ ନିକଟରେ ସନ୍ଧେହ ଦୂର କରିବା ସହିତ ଦୃତ ଗତିରେ ସମସ୍ତ କାମ କରାଯିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହେଉଛି। ନଚେତ ମନ୍ଦିର ପରିଚାଳନା କମିଟି ଓ ୧୩ ମୁଠା ଅଞ୍ଚଳବାସୀ ବାଧ୍ୟ ହୋଇ ଏଥିପ୍ରତି ଅନ୍ୟ କାର୍ଯ୍ୟପନ୍ଥା ଆପଣେଇବେ ଏଥିରେ ଯାହା ଅସୁବିଧା ହେବ ପୂର୍ତ୍ତ ବିଭଗ ଦାୟୀ ରହିବେ।

Leave a Reply

Your email address will not be published. Required fields are marked *