ଗଞ୍ଜାମ ଜିଲ୍ଲା ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା “ଦାନା” କୁ ନେଇ ସ୍ଥିତି ଅନୁଧ୍ୟାନ
ଗଞ୍ଜାମ ଜିଲ୍ଲା ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା “ଦାନା” କୁ ନେଇ ସ୍ଥିତି ଅନୁଧ୍ୟାନ କଲେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଜିଲ୍ଲାର ସମୁଦ୍ର କୁଳବର୍ତୀ ଅଞ୍ଚଳ ଗୋପାଳପୁର, ଆର୍ଯ୍ୟପଲି, ମାର୍କୋଣ୍ଡି ,ପୋଡ଼ମପେଟା , ରାମେୟlପାଟଣା ,ଖଲିକଟ ରେ ଥିବା ବିଭିନ୍ନ ଆଶ୍ରୟସ୍ଥଳୀ ବୁଲିଦେଖିବା ସହ ଆଶଙ୍କା ରେ ଥିବା ତୋଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ଭାବେ ଜିଲ୍ଲା ପ୍ରଶାସନ ତରଫରୁ ଚିହ୍ନଟ କରାଯାଇଥିବା ବିଭିନ୍ନ ଆଶ୍ରୟ ସ୍ଥଳୀ ରେ ପହଞ୍ଚେଇବା ପାଇଁ ସ୍ଥାନୀୟ ଯୁବପିଢ଼ି ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବା ଏବଂ ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟବସ୍ଥା ନିରୀକ୍ଷଣ କରି ଲୋକମାନଙ୍କ ପାଇଁ ଆବଶ୍ୟକୀୟ ଔଷଧ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ମହଜୁତ ରଖାଯାଇଥିବା ସ୍ଥାନରେ ତଦାରଖ କରିଥିଲେ ଏବଂସମସ୍ତ ପ୍ରକାରର ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ସଜାଗ ଥିବା କହିଥିଲେ ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ।

ପ୍ରଥମେସମୁଦ୍ର କୂଳବର୍ତ୍ତୀ ମାର୍କୋଣ୍ଡି ଅଞ୍ଚଳରେ ପହଞ୍ଚି ବାତ୍ୟା “ଦାନା” କୁ ନେଇ ଜନସଚେତନତା କରେଇବା ସହ ଏହା ସମ୍ବନ୍ଧୀୟ ପ୍ରସ୍ତୁତି ଓ ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟବସ୍ଥା ନିରୀକ୍ଷଣ କରି ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଥିଲେ।
ରିପୋର୍ଟ -ସୁରେନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି
