ବାଲିଗୁଡ଼ା ସେଶାର ଜଙ୍ଗଲରେ ପୋଲିସ୍-ମାଓବାଦୀ ଗୁଳି ବିନିମୟ ଜଣେ ମାଓ ନିହତ,ଗୋଟିଏ ଏକେ ୪୭ ବନ୍ଧୁକ ଜବତ।
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ତ ମିଡ଼ିଆକିଆ ଶେଷର ଗାଁ ଆଡାର ଜଙ୍ଗଲରେ ମାଓକ୍ୟାମ୍ପ ଥିବାନେଇ ଗୁଇନ୍ଦା ବିଭାଗ ସୂତ୍ରରୁ ଖବର ପାଇ ଏସଓଜି ଓ ଡିଭିଏଫ୍ ଜବାନ୍ ମାନେ ଶୁକ୍ରବାର କମ୍ବିଙ୍ଗ ଅପରେସନ କରିବା ବେଳେ ପୋଲିସ୍ ମାଓବାଦୀ ମୁହାମୁହିଁ ହୋଇ ଗୁଳି ବିନିମୟ ହୋଇଥିଲା। ଏଥିରେ କେକେବିଏନ ମାଓ ସଂଗଠନର ଜଣେ କ୍ୟାଡ଼ର ମାଓବାଦୀ ନିହତ ହୋଇଥିବା ବେଳେ ଗୋଟିଏ ଏକେ ୪୭ ବନ୍ଧୁକ ପୋଲିସ୍ ଜବତ କରିଥିବା ଏସପି ହରିଶ୍ ବିଶି ସାମ୍ବାଦିକ ସମ୍ମିଳନୀ କରି ଦେଖାଇ ଛନ୍ତି।

ମାଓବାଦୀ ମାନେ ଛତ୍ରଭଙ୍ଗ ହୋଇଥିଲେ ମଧ୍ୟ ବର୍ଷା ଓ ମେଘୁଆ ପାଗ ସତେ ଏନକାଉଣ୍ଟର ଜାରିରହିଛି। ହେଲେ ବର୍ତ୍ତମାନ ସୁଧା ନିହତ ମାଓବାଦୀର ପରିଚୟ ମିଳିପାରି ନାହିଁ। ସୂଚନା ଯୋଗ୍ୟ ଯେ ପୁଣି କିଛି ଦିନର ନିରବତା ପରେ ପୁଣି ଆଉଥରେ ସେମାନଙ୍କ ଦୁର୍ବଳ ସଂଗଠନ କୁ ମଜଭୁତ କରିବା ପାଇଁ ଜାହିର କରିଥିବା ଜଣାପଡିଛି। ମାଓ ଦମନ ପାଇଁ ପୋଲିସ୍ ସଜାଗ ରହିଥିବାରୁ ପୋଲିସ୍ କୁ ଏହା ଏକ ବଡ଼ ସଫଳତା ମିଳିଛି। ପୋଲିସ ବିଭାଗ ମହାନିର୍ଦ୍ଦେଶକ କନ୍ଧମାଳ ପୋଲିସ ସୁରକ୍ଷାକର୍ମୀଙ୍କୁ ଓ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଙ୍କୁ ଧନ୍ୟବାଦ୍ ଜଣାଇ ଛନ୍ତି।
