ପୂର୍ବ ଶତୃତା କୁ କେନ୍ଦ୍ର କରି ହତ୍ୟା ଜଣେ ଗିରଫ ଜଣେ ଫେରାର

କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ଗ୍ରାମ ଠାରେ ଗତ 22 ତାରିଖ ସନ୍ଧ୍ୟା ସମୟ ରେ କ୍ୱାକ ଅନିକ ପଟ୍ଟନାୟକ ପୋଢମାରି ଗ୍ରାମ କୁ ଯାଇ ଔଷଧ ଦେଇ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଦୁଇଜଣ ଯୁବକ ଅତର୍କିତ ଭାବେ ଆକ୍ରମଣ କରିଥିଲେ ଯାହା ଫଳ ରେ ଘଟଣା ସ୍ଥଳରେ ହିଁ କ୍ୱାକ୍ ଅନିକ ପଟ୍ଟନାୟକ ଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ବୌଦ୍ଧ ରୁ ଏକ ସାଇଣ୍ଟଫିକ ଟିମ୍ ତଦନ୍ତ କରି ଫେରିଥିଲେ।ଅଭିଯୋଗ ଆଧାରରେ ପୋଲିସ 142//24 ଏକ କେସ ରୁଜୁ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଋତୁ ସାଆନ୍ତ କୁ ଗିରଫ କରିବାରେ ସଫଳ ହୋଇଥିଲା।ସୂଚନା ପ୍ରକାରେ ଜମି ବିବାଦ କୁ ନେଇ ଆଜ କୁ 7/8 ବର୍ଷ ହେବ ଦୁହିଁ ଙ୍କ ମଧ୍ୟ ରେ ବଚସା ହେଉଥିଲା।ଅଭିଯୁକ୍ତ ମାନେ 22 ତାରିଖ ଦିନ ରାସ୍ତା ରୁ ହଟେଇବା ସକାଶେ ଛକି ବସିଥିବ ବେଳେ ତାଙ୍କୁ ପାଇ ନ ଥିଲେ କିନ୍ତୁ ସନ୍ଧ୍ୟା ରେ ପଟନାୟକ ପୋଢ଼ମାରି ରୁ ଔଷଧ ପ୍ରଦାନ କରି ନିଜ ଘର କୁ ପ୍ରତ୍ୟାବର୍ତ୍ତନ କରୁଥିବା ସମୟ ରେ ନିଛାଟିଆ ରାସ୍ତା ଦେଖି ଅଭିଯୁକ୍ତ ଋତୁ ସାଆନ୍ତ ଓ ଅଜିତ ଗୌଡ଼ ଦୁହେଁ ମିଶି ଅତର୍କିତ ଭାବେ ଆକ୍ରମଣ କରିଥିଲେ ଏପରିକି ଆକ୍ରମଣ ସମୟ ରେ ଧସ୍ତାଧସ୍ତି ହୋଇଥିଲା ଯାହା ଫଳ ରେ ଋତୁ ସାଆନ୍ତ ଙ୍କ ଗୋଡ଼ ରେ ଆଘାତ ଲାଗିଥିଲା। ଅନିକ୍ ପଟ୍ଟନାୟକ ଙ୍କୁ ଅଭିଯୁକ୍ତ ଦୁହେଁ ଠେଙ୍ଗା ସାହାଯ୍ୟ ରେ ମୁଣ୍ଡ କୁ ପିଟିବା ଫଳ ରେ ସେଠାରେ ହିଁ ମୃତ୍ୟୁ ଘଟିଥିଲା।

ଅନିକ ଙ୍କୁ ଗ୍ରାମବାସୀ ଙ୍କ ସାହଯ୍ୟ ରେ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ବିଧିବଦ୍ଧ ଭାବେ ମୃତ ଘୋଷୋନା କରିଥିଲେ। ଘଟଣା ସ୍ଥଳ ରୁ ସେହିଦିନ ଠାରୁ ଦୁହେଁ ଫେରାର ଥିବା ବେଳେ ବହୁ ଖୋଜା ଖୋଜି ପରେ ପୋଲିସ ଆଜି ଋତୁ ସାଆନ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଅଛି। ।ହତ୍ୟା ରେ ବ୍ୟବହୃତ ରକ୍ତ ଲଗା ଠେଙ୍ଗା,ସାଇକେଲ ଓ କିଛି ଔଷଧ ଜବତ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଅଜିତ ଗୌଡ଼ କୁ ଶୀଘ୍ର ଗିରଫ କରାଯିବା ବୋଲି sdpo ବିଜୟ କୁମାର ବିଶି ସୂଚନା ପ୍ରଦାନ କରିଛନ୍ତି।ଆଜିର ଏହି ପ୍ରେସମିଟ ସମୟ ରେ sdpo ଙ୍କ ସହିତ ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ସୁରେଶ ଚନ୍ଦ୍ର ତ୍ରିପାଠୀ ଙ୍କ ସହିତ ଅନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *