ରାସ୍ତା କଡରୁ ଯୁବକଙ୍କ ମିଳିଲା ମୃତଦେହ

ଗୋଶାଣୀ ନୁଆଁ ଗାଁ ନିକଟରେ ଥିବା ଜଙ୍ଗଲ ରୁ ମିଳିଛି ଦର ପୋଡା ମୃତ୍ୟୁ ଦେହ ଯୁବକ ଟିର ମୃତ୍ୟୁ ହୋଇଥିବା ଯୁବକ ନାମ ହେଉଛି ପପୁନ ପୋଲସରା ଅଞ୍ଚଳର ବୋଲି ଜଣା ପଡ଼ିଛି ଓ ଥାନା ରେ ବିଭିନ୍ନ ମାମଲା ରେ ଥାନାରେ ଅଭିଯୋଗ ମଧ୍ୟ ରହିଛି ବୋଲି ସୂଚନା ।ବ୍ରହ୍ମପୁର : ରାସ୍ତା କଡରୁ ଯୁବକଙ୍କ ମିଳିଲା ମୃତଦେହ। ବ୍ରହ୍ମପୁର ଗୋଷାଣିନୁଆଗାଁ ଥାନା ହଳଦିଆ ପଦର ନିକଟ ରାଜ ରାସ୍ତାକଡରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । କେହି ତାଙ୍କୁ ହତ୍ୟା କରିବା ପରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ମୃତକ ଜଣଙ୍କ ହେଲେ ଗଞ୍ଜାମ ପୋଲସରା ଅଞ୍ଚଳର ସୁଧୀର କୁମାର ସାହୁ ।ମୃତକଙ୍କ ନିକଟରୁ କିଛି ପରିଚୟ ପତ୍ର ମିଳିଛି । ଏହାକୁ ଆଧାର କରି ମୃତକ ଜଣକ ସୁଧୀର ବୋଲି ଅନୁମାନ କରିଛି ପୋଲିସ୍ । ସୁଧୀର ନାମରେ ପାଖାପାଖି ୧୫ରୁ ଅଧିକ ଅପରାଧିକ ମାମଲା ଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ- ପୋଲସରାରୁ ସୀମାଞ୍ଚଳ ବାଡ଼ତ୍ୟା।

Leave a Reply

Your email address will not be published. Required fields are marked *