ଟିକାବାଲି ପଞ୍ଚାୟତ ସମିତି ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି

ଟିକାବାଲି ବ୍ଳକ ସଭାଗୃହ ଠାରେ ଜିଲାପାଳ କନ୍ଧମାଳ ଅମ୍ରିତ ରୁତୁରାଜ୍ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଙ୍କ ସହ ବାଲିଗୁଡା ଉପ ଜିଲ୍ଲାପାଳ ରୀନା ପ୍ରଧାନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶମ୍ବୁନାଥ ନନ୍ଦୀ, ପିଏ ଆଇ,ଟି,ଡି,ଏ ବାଲିଗୁଡା କୃପାସିନ୍ଧୁ ବେହେରା ,ଘୁ ଉଦୟଗିରି ଏସ୍,ଡି,ପିଓ ବିଜୟ କୁମାର ବିଶି ସମେତ ଅନ୍ୟ ଜିଲ୍ଲା ପଦାଧିକାରି ଉପସ୍ଥିତ ରହି। ସ୍ଥାନୀୟ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଦିଲିପ୍ କହଁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ବ୍ଳକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ ଏବଂ ଟିକାବାଲି ବ୍ଳକ ରେ ଥିବା ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଟିକାବାଲି ବ୍ଳକ ର ଏଗାର ଗୋଟି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ଏହି ଶିବିରରେ ୧୦୪ ଅଭିଯୋଗ ଶୁଣାଣୀ ହୋଇଥିବାର ଦେଖିବାକୁ ମିଳିଥିବା ବେଳେ ସେଥି ମଧ୍ୟରୁ ୧୬ ସାମୃଦିକ ଅଭିଯୋଗ ଶୁଣାଣୀ ହୋଇଥିବାର ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ ସୂଚନା ଦେଇଥିଲେ

Leave a Reply

Your email address will not be published. Required fields are marked *