ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଉଦଳା ଠାରେ ଶପଥ ପାଠ କାର୍ଯ୍ୟକ୍ରମ
ଓଡ଼଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳନ ପରିପ୍ରେକ୍ଷୀରେ ଉପଜିଲ୍ଲାପାଳ, କପ୍ତିପଦା, ଉଦଳାଙ୍କ କାର୍ଯ୍ୟାଳୟ ପରିସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡେପୁଟୀ କଲେକ୍ଟର ପ୍ରତୀକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ସୁବ୍ରତ କୁମାର ଘୋଷ, ସହକାରୀ ଯୋଗାଣ ଅଧିକାରୀ ରୀନାରାଣୀ ମହାପାତ୍ର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଲିପି ପୁଷ୍ପା ଦାସ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୂରଲୀଧର ଚନ୍ଦ ଯୋଗଦେବା ସହ ଉପଜିଲ୍ଲାପାଳ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର କର୍ମଚାରୀ ଯୋଗ ଦେଇଥିଲେ । ଦୁର୍ନିତୀର ମୂଳୋତ୍ପାଟନ ନିମନ୍ତେ ସାଧୁତା ଓ ସଚ୍ଚୋଟତାର ପଥ ଅବଲମ୍ବନ କରିବାକୁ ଡେପୁଟୀ କଲେକ୍ଟର ମହୋଦୟ, ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେବା ପରେ ଶପଥ ପାଠ କରିଥିଲେ ଏବଂ ସମସ୍ତ କର୍ମଚାରୀ ତାଙ୍କୁ ଅନୁସରଣ ପୂର୍ବକ ଶପଥ ପାଠ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବାବେଳେ କାର୍ଯ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ ।
