ଭୋଟର ତାଲିକା ସଂଶୋଧନ କାଯ୍ୟକ୍ରମ

କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ପଥୋତ୍ସବ ମାଧ୍ୟମରେ ଅନୁଷ୍ଠିତ ହୋଇଯଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଭୋଟର ତାଲିକା ସଂଶୋଧନ ସଂପର୍କରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ପ୍ରିୟବ୍ରତ ଦାସ, ବିଡ଼ିଓ ଅବିନାଶ ପାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ l ଏଇ ଅବସରରେ କାମାକ୍ଷାନଗର ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ମଠକରଗୋଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭୋଟର ସଚେତନତା ଉପରେ ବିଭିର୍ନ୍ନ ନୃତ୍ୟ ପ୍ରଦର୍ଶନ କରିଥିଲେ l ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରଶ୍ମିରଂଜନ ବିଶ୍ୱାଳ ଓ ବିଭାଗୀୟ କର୍ମଚାରୀ ସହାୟତା ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *