ଭୋଟର ସଚେତନତା କାର୍ଯ୍ୟକ୍ରମ
ନୟାଗଡ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ବାରା ସଂକ୍ଷିପ୍ତ ଭୋଟର ସଂଶୋଧନ ଦୁଇ ହଜାର ପଚିଶ ର ଭୋଟ ଦେବା ଓ ଗଣତନ୍ତ୍ର କୁ ସୁଦୃଢ କରିବା କାର୍ଯ୍ୟକ୍ରମ କୁ ଉପ ଜିଲ୍ଲାପାଳ,ଏବଂ ଜିଲ୍ଲାର ଅନ୍ଯାନ୍ଯ ବରିଷ୍ଠ ପଦାଧିକାରୀ ମାନେ ବିସ୍ତୃତ ଭାବେ ବର୍ଣନା କରିଥିଲେ। ଗଣତନ୍ତ୍ର ଶାସନ ବ୍ୟବସ୍ଥା ହେଉଛି ଏକ ପ୍ରତିନିଧି ମୂଳକ ଶାସନ ବ୍ୟବସ୍ଥା ।ଏହାର ପ୍ରାଥମିକତା ହେଉଛି ନିର୍ବାଚନ ବା ଭୋଟ। ଏହି ଶାସନ ପଦ୍ଧତି ରେ ଭୋଟ ବା ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। କିନ୍ତୁ ଏହାକୁ ସୁସ୍ଥ ଓ ସ୍ଵଚ୍ଛତା ଏବଂ ନିର୍ଭୁଲ ଭାବେ ପରିଚାଳିତ କରାଯିବ ତାହାର ବିବରଣୀ ବିସ୍ତୃତ ହୋଇଥିଲା।ଯେଉଁମାନେ ସତର ବର୍ଷରୁ ଊର୍ଦ୍ଧ୍ବ ସେମାନେ ଭୋଟର ତାଲିକା ରେ ନାମ ପଞ୍ଜୀକରଣ କରିପାରିବେ, ପୁରୁଣା ଓ ନୂତନ ଆଧାର କାର୍ଡ ଓ ଭୋଟର କାର୍ଡ ଗୁଡିକୁ ସଂଶୋଧନ ଭି, ଏଚ,ଏ ଓ ପି,ଏଲ,ଓ ଆପ ମାଧ୍ୟମ ରେ କରି ନିଜେ ନିଜର ସଂଶୋଧନ ଓ ପଞ୍ଜୀକୃତ କରାଇ ପାରିବେ।

ନଚେତ ବି,ଏଲ,ଓ ମାନଙ୍କ ପାଖକୁ ଯାଇ ନିଜ ର ନାମକୁ ତାଲିକା ଭୁକ୍ତ କରାଇ ପାରିବେ। ଏହାର ତାରିଖ ସମୟ ସିମା 29/10/2024 ଠାରୁ ଆରମ୍ଭ ହୋଇ 24/11/2024 ପର୍ଯ୍ୟନ୍ତ ରହିଛି।ଏବଂ ଦୀତିୟ ଶନିବାର ଓ ସମସ୍ତ ରବିବାର ଦିନ ଗୁଡିକରେ ମଧ୍ୟ ଧାର୍ଯ୍ଯ ସମୟ ଅନୁସାରେ ଖୋଲା ରହି କାମ କରାଯିବ।
