ନିଃଶୁଳ୍କ ସ୍ୱାସ୍ଥ୍ୟ ସଚେତନତା ଶିବିର
କବିସୂର୍ଯ୍ୟନଗର ନୂଆ ବେଢାସ୍ଥିତ ମା ଦନ୍ତ କ୍ଲିନିକ ଠାରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଛି l ଡା. କଂଗ୍ରେସ ପ୍ରଧାନଙ୍କ ତତ୍ୱାବଧାନରେ ଶତାଧିକ ଦନ୍ତ, ଚକ୍ଷୁ ରୋଗୀ ଚି଼ହ୍ନଟ ହୋଇଛି l ଉକ୍ତ ରୋଗୀଙ୍କୁ ଚିକିତ୍ସା ପାଇଁ ମାଗଣା ଚିକିତ୍ସା କରାଯିବା ସହ ସଚେତନତା କରାଯାଇଛି l ବରିଷ୍ଠ ନାରୀ ସାମାଜିକ କର୍ମୀ ଇ. ମାହେଶ୍ୱରୀ ଦୋରା ଚିକିତ୍ସା ଲାଗି ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ l

ଅନ୍ୟାନ୍ୟ ମଧ୍ୟରେ ଡା. ବୀଣାଦେବୀ, ଡା. ମିଲନ,ସ୍ୱାସ୍ଥ୍ୟକର୍ମୀ ଋତୁ, ଜିତୁ, ଲିପି, ଲୁସି, ମନୀଷା, ନିକିତା, ସରିତା, ସୋନାଲି, ଗାୟତ୍ରୀ, ପୂଜା, ସିଧ୍ୟାର୍ଥ, ଶିବଶଙ୍କର,କୋକୋ ଓ ଅରବିନ୍ଦ ପ୍ରଧାନ ଆଦି ଚିକିତ୍ସାରେ ସହଯୋଗ କରିଥିଲେ l
