ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ
– ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ମିଳିତ ଆନୁକୂଲ୍ୟରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲା କୋର୍ଟ ପରିସର ରେ ଆୟୋଜିତ ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଓକିଲ ସଂଘର ସଭାପତି ରବୀନ୍ଦ୍ର ନାଥ ମହାନ୍ତି, ସମ୍ପାଦକ ନରେଶ ଦାସ, ଆଇନିଜୀବୀ ସରୋଜ ବିଶ୍ୱାଳ, ସୁବ୍ରତ ଶତପଥି, ରାଜ କିଶୋର ବେହେରା ପ୍ରମୁଖ ବହୁ ଓକିଲ ସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ 40 ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା ।
ଜଗତସିଂହପୁରରୁ Rita ସାହୁ
