ଚାଷ ଜମିରେ ଚାଷୀଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବିରାଶାଳ -୨ (ଟୁ ) ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୋଟ ଗାଁରେ ଚାଷ ଜମିରେ ଚାଷୀଙ୍କୁ ଦଳିଦେଲା ଦନ୍ତା। ମୃତକ କାନ୍ତୋଲ ପଞ୍ଚାୟତ ଅନ୍ତର୍ଗତ କୋଟ ଗାଁର ନିଧିଆ ଦେହୁରୀ। ନିଧିଆ ନିଜ ଚାଷ ଜମିକୁ ଜଗିଥିବା ବେଳେ ବିଳମ୍ବିତ ରାତିରେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

ପ୍ରାୟ ରାତି ୨ଟା ସମୟରେ ଏକ ଦନ୍ତା ହାତୀ ଗାଁ ଭିତରକୁ ପଶି ଆସିବା ସହ ଚାଷ ଜମିରେ ଉତ୍ପାତ କରିଥିଲା। ଘଟଣା ସ୍ଥଳରେ ହିଁ ନିଧିଆଙ୍କର ମୃତ୍ୟୁ ଘଟିଥିଲା।ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛି। ସେପଟେ ହାତୀ ଆତଙ୍କଙ୍କୁ ନେଇ ଆତଙ୍କିତ ରହିଛନ୍ତି ଅଞ୍ଚଳବାସୀ। ତୁରନ୍ତ ବନ ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *