ବାଣ ବଜାର ବୁଲି ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଅଗ୍ନିଶ୍ରମ ଅଧିକାରୀ
** ବ୍ୟାସନଗର ର ଗଣପର୍ବ କାଳୀପୂଜା ଆଜି ଠାରୁ ଆରମ୍ଭ ହେଉଥିବା ବେଳେ ଆଲୋକର ପର୍ବ ଦିପାବଳୀ ମଧ୍ୟ ଏହି ଦିନ ପଡ଼ୁଛି l ତେଣୁ ଏହି ପରିପ୍ରେକ୍ଷୀରେ ସହରର କାଳୀ ମେଲଣ ପଡିଆରେ ଠାରେ ବାଣ ବିକ୍ରୟ ନିମନ୍ତେ ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ନିର୍ଦ୍ଦେଶ ଦେଇଛି l ତେବେ ବାଣ ଦୋକାନମାନଙ୍କରେ ରହିଥିବା ସୁରକ୍ଷା ବ୍ୟବସ୍ଥା ନରିକ୍ଷଣ ନିମନ୍ତେ ଆଜି ଅଗ୍ନିଶ୍ରମ ଅଧିକାରୀ ତାପସ କୁମାର ମନ୍ତ୍ରୀ ବାଣ ବିକ୍ରୟ କ୍ଷେତ୍ର ପରିଦର୍ଶନ କରିବା ସହିତ ସୁରକ୍ଷା ଏବଂ ନିରାପତା ବିଷୟ ବୁଲି ଦେଖିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ
