ଦାରିଙ୍ଗବାଡି ଠାରେ ଲୋକକଳା ମହୋତ୍ସବ ଅନୁଷ୍ଠିତ ଅବସରରେ ତହସିଲଦାର ଙ୍କୁ ଦାବିପତ୍ର

.ଟିକାବାଲି -ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜ଼ିଲ୍ଲା ଦାରିଙ୍ଗବାଡି ରେ ମହାଆଡମ୍ବରରେ ଅନୁଷ୍ଠିତ ହେଇଯାଇଛି ପାରମ୍ପରିକ ଲୋକକଳା ମହୋତ୍ସବ l ଦାରିଙ୍ଗବାଡି ଶୀତର ବାସ୍ନାର ତାଳେ ତାଳେ ମହକୁଥିବା ଜଙ୍ଗଲ, ପାହାଡ଼ ଘେରା ପରିପୂର୍ଣ ସୁନ୍ଦର ପରିବେଶ କୁ ଉପଭୋଗ ପାଇଁ ପର୍ଯ୍ୟଟନ ଙ୍କ ଆଗମନ କୁ ଉତ୍ସlହିତ ତଥା ମନୋରଞ୍ଜନ ଉଦେଶ୍ୟରେ ରେ ଓ. ଆର. ଡି. ଏ ସ୍ବେଛାସେବୀ ଅନୁଷ୍ଠାନ, ଆନୁକୂଲ୍ୟରେ ଗଠିତ ପାରମ୍ପରିକ ଲୋକକଳାକାର ମହାସଂଘ, କନ୍ଧମାଳ, ଦାରିଙ୍ଗବାଡି ଶାଖା ର ସଭାପତି ଶ୍ରୀ ଯୁକ୍ତ ମହେଶ୍ୱର ପ୍ରଧାନଙ୍କ ନେତୃତ୍ୱ ରେ ଦାରିଙ୍ଗବାଡି ବ୍ଲକ

ର କଳାକାର ଙ୍କୁ ନେଇ ଗତ ୨୮/୧୦/୨୦୨୪/ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ସେହି ଅନୁସାରେ ୩୦/୧୦/୨୦୨୪/ରେ ଅନୁଷ୍ଠିତ ହୋଇଯାଇଛି ବ୍ଲକ ସ୍ତରୀୟ ଲୋକକଳା ମହୋତ୍ସବ,ଏହି ଅବସରରେ ମହାସଂଘ ତରଫରୁ କଳାକାର ଙ୍କ ସଭାଗୃହ ନିର୍ମାଣ ନିମନ୍ତେ ଏକ ଶହ ଆର ଜମି ପ୍ରଦାନ ପାଇଁ ଦାରିଙ୍ଗବାଡି ତହସିଲଦାର ଦାର ଙ୍କ ଅନୁପସ୍ଥିତିରେ ବଡ଼ବାବୁ ରଞ୍ଜନ ପ୍ରଧାନ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ଏତଦ ବ୍ୟତୀତ କଳାକାର ଙ୍କ ସ୍ୱାର୍ଥ ରକ୍ଷା ଉଦେଶ୍ୟରେ ୨୨ ଦଫା ଦାବିର ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ପ୍ରଦାନ କରାଯାଇଥିବା ଦାବିର ଫଳପ୍ରଦ ନିମନ୍ତେ ସରକାର ଗୁରୁତ୍ୱଦେବାକୁ ମତ ବ୍ୟକ୍ତ କରିଥିଲେ ମହାସଂଘ ସମ୍ପାଦକ କ୍ରିଷ୍ଣା ଚନ୍ଦ୍ର ଡିଗାଲ ଏହି ଆୟୋଜିତ ମହୋତ୍ସବ ରେ ଯୋଗଦେଇଥିବା ନିମନ୍ତ୍ରିତ ମୁଖ୍ୟ ଅତିଥି ଜ଼ିଲ୍ଲା ସଂକୃତି ଅଧିକାରୀ ଶ୍ରୀ ଯୁକ୍ତ ଅକ୍ଷୟ କୁମାର ସେଠି,ଙ୍କ ସମେତ ଗୋଷ୍ଠୀଉର୍ଣ୍ଣୟନ ଅଧିକାରୀ ଗଦାଧର ପାତ୍ର, ଚେୟାରମ୍ୟାନ ସୁଶାନ୍ତ ପ୍ରଧାନ, ସରପଞ୍ଚ ଚନ୍ଦ୍ରିକା ମଳିକ , ବଣିକ ସଂଘ ସଭାପତି ଲଡ଼ୁକିଶୋର ସାହୁ, ଜ଼ିଲ୍ଲା କଳା ସାଂକୃତିକ ସଂଘ ଉପ ସଭାପତି ବିଜେନ୍ଦ୍ର ପ୍ରଧାନ, ପାଣ୍ଡଵ ନାୟକ, ସାରଦା ବଳିୟାର ସିଂ,ମିଙ୍କିମା ପ୍ରଧାନ ପ୍ରମୁଖ କଳାକାର ମହାସଂଘ କୁ ସୁଦୃଡ଼ କରିବା ସହିତ କଳାକାର ଙ୍କ ସ୍ୱାର୍ଥ ରକ୍ଷା ଉପରେ ଗୁରୁତ୍ୱ ଦେବାକୁ ସରକାର ଙ୍କୁ ଦୃଷ୍ଟିଆକର୍ଷଣ କରିଥିଲେ

Leave a Reply

Your email address will not be published. Required fields are marked *