ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସ୍ବେଚ୍ଛାସେବୀ
କେନ୍ଦ୍ର ସରକାରଙ୍କ ମୋ ଭାରତ ସଂସ୍ଥା ତରଫରୁ ଗଣିଆ ବଜାର ଅଞ୍ଚଳରେ ଯୁବ ଭାରତ ଆସୋସିଏସନ୍ ଉଦ୍ୟମ ରେ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ “ମେଡିକାଲ ସ୍ଵେଚ୍ଛାସେବୀ” କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ମୋ ଭାରତ ସଂସ୍ଥା ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଥିଲା।ଏହି ମେଡିକାଲ ସ୍ଵେଚ୍ଛାସେବୀ କାର୍ଯ୍ୟକ୍ରମ ଟି ଖଣ୍ଡପଡ଼ା ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆୟୋଜିତ ହୋଇଥିଲା । ଏହି ସଫେଇ କାର୍ଯ୍ୟକ୍ରମ ରେ ଯୁବ ସ୍ଵେଚ୍ଛାସେବୀ ଗଣ ଡାକ୍ତରଖାନା କୁ ଆସୁଥିବା ରୋଗୀ ଏବଂ

ତାଙ୍କର ସମ୍ପର୍କୀୟ ଙ୍କୁ ସଠିକ୍ ରାସ୍ତା ଦେଖାଇବା ଏବଂ ରୋଗୀଙ୍କୁ ବାହ୍ୟ ପରୀକ୍ଷା ଗାର ଓ ଔଷଧ ଦୋକାନ କୁ ନେବା ଆଣିବା ରେ ସହଯୋଗ କରିବା ସହିତ ଅନେକ ରୋଗୀଙ୍କୁ ଡାକ୍ତରଖାନା ରେ ଉପଲବ୍ଧ ଔଷଧ ପ୍ରାପ୍ତ କରାଇବାରେ ସହଯୋଗ ର ହାତ ବଢିଥିଲେ। ଏହି କାର୍ଯ୍ୟକ୍ରମ ରେ ଖଣ୍ଡପଡ଼ା ର ପଠାଣି ସାମନ୍ତ ପୂଜ୍ୟପୂଜା ସମିତି ର ସ୍ବେଚ୍ଛାସେବୀ ମହେନ୍ଦ୍ର କୁମାର ବାରିକ ଙ୍କ ସହିତ ଯୁବ ଭାରତ ଆସୋସିଏସନ୍ ର ଯୁବ ସ୍ବେଚ୍ଛାସେବୀ ପ୍ରିୟବ୍ରତ ମିଶ୍ର, ଦେବବ୍ରତ ମିଶ୍ର, ତନ୍ମୟ ରଞ୍ଜନ ସାହୁ,ସିଦ୍ଧାର୍ଥ ପରିଡ଼ା, ବାପୁନି ବେହେରା, ସୁଜିତ୍ କୁମାର ଚଣ୍ଡ ଆଦି ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼
