ଋଷିମାଳ ର ବିକାଶ ପାଇଁ ମଙ୍ଗ ଧରିଲେ ନୀଳମଣି
ଓଡିଶା ରେ ପ୍ରବାହିତ ନଦୀ ମାନଙ୍କ ମଧ୍ୟରେ ଋଷିକୁଲ୍ୟା ନଦୀ ଅନ୍ୟତମ | ଏହା ପୂର୍ବଘାଟ ପର୍ବତ ର ଦାରିଙ୍ଗବାଡି ଠାରେ ଥିବା ଋଷିମାଳ ପର୍ବତରୁ ବାହାରି ଗଞ୍ଜାମ ଜିଲ୍ଲା ର ପୁରୁଣା ବନ୍ଧ ନିକଟରେ ସାଗର ସଙ୍ଗମ କରିଛି |କିମ୍ବଦନ୍ତୀ ଅନୁସାରେ ଏହି ନଦୀ ଗଙ୍ଗା ନଦୀ ଠାରୁ ବି ପୁରାତନ, ସୃଷ୍ଟି ର ପ୍ରାତଃ କାଳରେ ଋଷିକୁଲ୍ୟା ର ଉଦଗମ ସ୍ଥଳ ବିନ୍ଦୁସାର ତୀର୍ଥ ଏବଂ ଋଷିମାଳ ପର୍ବତ ମହା ବରୁଣେଇ ତୀର୍ଥ ଭାବରେ ପରିଚିତ |ଏବେ ମଧ୍ଯ ଚୈତ୍ର ମାସରେ ହେଉଥିବା ବରୁଣେଇ ମେଳାକୁ ଅନେକ ପର୍ଯ୍ୟଟକ ଆସି ଋଷିକୂଲ୍ୟା ରେ ସ୍ନାନ କରି ପିତୃପୁରୁଷ ଙ୍କୁ ପିଣ୍ଡ ଦାନ କରିଥାନ୍ତି | ଏହି ସ୍ଥାନରେ ଋଷି କର୍ଦମେଶ୍ୱର ଓ ମାତା ଦେବହୁତି ଙ୍କ ପୁଅ କପିଳେଶ୍ଵର ଋଷି ଜନ୍ମ ଗ୍ରହଣ କରିଥିଲେ |ଏହି ଭଳି ଏକ ପବିତ୍ର ତୀର୍ଥ କ୍ଷେତ୍ର ଅବହେଳିତ ଅବସ୍ଥା ଅବ୍ୟବସ୍ଥିତ ଭାବେ ରହିଥିବା ଦେଖି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ କ୍ଷୋଭ ପ୍ରକାଶ କରିବା ସହ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିବା ସହ ଏହି ସ୍ଥାନ ର ରୂପରେଖ ରେ ପରିବର୍ତ୍ତନ ଆସିଲେ ଏହା ଏକ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇବା ସହ ସ୍ଥାନୀୟ ଲୋକଙ୍କୁ ରୋଜଗାର ର ଏକ ପନ୍ଥା ମିଳିବ ବୋଲି ମତ ରଖିଛନ୍ତି | ତତସହିତ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଋଷି ମାଳ ପର୍ବତ ରୁ ସୋରଡ଼ା ବ୍ଲକ କୁ ସଂଯୋଗ ହେଉଥିବା ରାସ୍ତା ଆଡିପଙ୍କା ଠାରୁ ହାତୀ ମୁଣ୍ଡା ରାସ୍ତା ରେ ଚାଲିଥିବା କାମ କୁ ତଦାରଖ କରିବା ସହ ଋଷିମାଳ ପର୍ବତ ରେ ଛୋଟ ଛୋଟ ଛୁଆ ଙ୍କ ସହ ନିଆରା ଢଙ୍ଗରେ ଦୀପାବଳି ପାଳନ କଲେ l
