ବ୍ରହ୍ମପୁର ସହରରେ ସୁସଜ୍ଜିତ ତୋରଣରେ ପୂଜା ପାଉଛନ୍ତି ମା କାଳୀ
ବ୍ରହ୍ମପୁର ସହରରେ ମା’ କାଳୀଙ୍କ ପୂଜା ପାଇଁ ସୁସଜ୍ଜିତ ତୋରଣ ନିର୍ମାଣ କରାଯିବା ସହିତ ବିଭିନ୍ନ କାଳୀ ପୂଜା କମିଟି ଦ୍ବାରା ମା’ଙ୍କ ପ୍ରତିମା ସ୍ଥାପନ କରାଯାଇ ପୂଜା କରାଯାଉଛି। ସେହିପରି ମା’ କାଳୀଙ୍କ ମଣ୍ଡପକୁ ରଙ୍ଗୀନ ଆଲୋକରେ ସଜାଯାଇଛି l ମା’ଙ୍କ ମଣ୍ଡପକୁ ଫୁଲରେ ସୁସଜ୍ଜିତ କରାଯିବା ସହ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ପଣ୍ଡିତଙ୍କ ଦ୍ଵାରା ହୋମ ଯଜ୍ଞ କରାଯାଉଅଛି l ମା କାଳୀଙ୍କ ପ୍ରତିମୂର୍ତ୍ତି ରଖାଯାଇ ପ୍ରତ୍ୟେକ ଦିନ ହୋମ ,ଯଜ୍ଞ,ସହ ପୁଷ୍ପାଞ୍ଜଳି ଅର୍ପଣ କରାଯାଉଛି। ସହରରେ ଥିବା ମନ୍ଦିର ନୂଆ ବସଷ୍ଟାଣ୍ଡ ଠାରେ ଥିବା କାଳୀ ମନ୍ଦିର , ପାତାଳେଶ୍ୱର ଦଣ୍ଡକାଳୀ ମନ୍ଦିର , ପାଣିଗ୍ରାହୀ ପେଣ୍ଟ କାଳୀ ମନ୍ଦିର,ବିଜିପୁର କାଳୀ ମନ୍ଦିର ପରିସରରେ ମା’ଙ୍କ ପୂଜା କରାଯାଉଛି। ବ୍ରହ୍ମପୁରର ବହୁ ପୁରାତନ ବଙ୍ଗାଳି ସାହି କାଳୀ ପୂଜା,ଆଙ୍କୁଲି କାଳୀପୂଜା, ବ୍ରହ୍ମା ନଗର କାଳୀ ପୂଜା, ଖୁଡ଼ାସିଂଙ୍ଗ କାଳୀ ପୂଜା କମିଟି ପକ୍ଷରୁ ଦେବୀ କାଳୀଙ୍କ ପୂଜା ପାଇଁ ବଡ ବଡ ତୋରଣ ନିର୍ମାଣ କରାଯାଇଛି। ସେହି ପରି ଲଷ୍ମୀ ନଗର କୁମ୍ଭାର ପୁଲି କାଳୀ ପୂଜା ୫ମ ବର୍ଷରେ ପ୍ରଦାର୍ପଣ କରିଥିବା ବେଳେ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ, ସହ ପ୍ରସାଦ ସେବନର ଆୟଜନ ପୂଜା କମିଟି ତରଫରୁ କରାଯାଇଛି l ସ୍ଥାନୀୟ ବାସିନ୍ଦା ଙ୍କ ସହ ଆଖ ପାଖ ଅଞ୍ଚଳର ବହୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଉଛି।
