ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ସଚେତନତା ରଥର ଶୁଭ ଉଦଘାଟନ
ନିର୍ବାଚନମଣ୍ଡଳୀରେଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫କାର୍ଯ୍ୟକ୍ରମର ସଫଳ ରୂପାୟନ ଉଦ୍ଦେଶ୍ୟରେ ମତଦାତା ଓ ମତଦାନ ସଚେତନତା ପାଇଁ ଉପଜିଲ୍ଲାପାଳ କପ୍ତିପଦା ଉଦଳାଙ୍କ କାର୍ଯ୍ୟାଳୟପରିସରରୁ ଆଜି ଏକ ସଚେତନତା ରଥ ପରିଭ୍ରମଣରେ ବାହାରିଛି । ପୂର୍ବାହ୍ନ ଘ. ୧୦.୩୦ ମି. ସମୟରେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ପତାକା ଦେଖାଇ ସଚେତନତା ରଥକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଭୋଟ ଦେଇ ଗଣତନ୍ତ୍ରକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଉକ୍ତ ରଥଟି ଉଦଳା ନିର୍ବାଚନ ମଣ୍ଡଳୀର ଉଦଳା ଏନ୍. ଏ.ସି , ଉଦଳା ବ୍ଲକ, କପ୍ତିପଦା ବ୍ଲକ ଏବଂ ଗୋପବନ୍ଧୁନଗର ବ୍ଲକ ଅଞ୍ଚଳ ମାନଙ୍କରେ ୪ ଦିନ ଧରି ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ବିଶେଷ କରି ମହାବିଦ୍ୟାଳୟରେ ଅଧ୍ୟୟନରତ ୧୭ ରୁ ୧୮ ବର୍ଷ ବର୍ଗ ଛାତ୍ର ଛାତ୍ରୀ, ଆଗାମୀ ଯୁବ ଭୋଟର ଏବଂ ନିର୍ବାଚନ ମଣ୍ଡଳୀର ସମସ୍ତ ମତଦାତାଙ୍କୁ ମତଦାନ କରିବା ତଥା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ଉଦ୍ଦିଷ୍ଟ ଫର୍ମରେ ଆବେଦନ କରିବା ଦିଗରେ ଅବଗତ କରାଇବା ଉଦ୍ଦେଶ୍ୟରେଏହି ରଥ ପରିଭ୍ରମଣରେ ବାହାରିଅଛି । ସଂଶୋଧନକାର୍ଯ୍ୟକ୍ରମ ଅକ୍ଟୋବର ୨୯ ତାରିଖରୁ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତଚାଲୁରହିବ । ଏଥି ନିମନ୍ତେ ନଭେମ୍ବର ୨, ୧୦, ୧୬ ଓ ୨୪ ତାରିଖକୁ ସ୍ଵତନ୍ତ୍ର ପ୍ରଚାର ଦିବସ ରୂପେ ଗ୍ରହଣ କରାଯାଇ ଉକ୍ତ ଦିନ ଗୁଡିକରେ ସମସ୍ତ ବୁଥ ସ୍ତରୀୟ ଅଧିକାରୀ ନିକଟସ୍ଥ ବୁଥରେ ଉପସ୍ଥିତ ରହି ଆବେଦନ ଫର୍ମ ଗ୍ରହଣ କରିବାକୁ ସ୍ଥିର କରାଯାଇଅଛି । ଆଜିର ସଚେତନତା ରଥ ପରିଭ୍ରମଣ ଉଦଘାଟନକାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା, ସହକାରୀ ଜିଲ୍ଲାପାଳ ସୁବ୍ରତ କୁମାର ଘୋଷ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରି ଶାଙ୍ଖାୟ ହେମ୍ବ୍ରମ, ରମେଶ ଚନ୍ଦ୍ର ପୃଷ୍ଟି, ଅନୁଭବ ରାଉତ, ପ୍ରିୟବ୍ରତ ମହାନ୍ତି, ତାପସ ରଂଜନ ପ୍ରଧାନ, ତପୁ ରଂଜନ ପାତ୍ର, ଦେବେନ୍ଦ୍ର ପୁଥାଳ, ଉଦୟ ନାୟକ, କୈଳାସ ଦନେଇକ,ଇଭାନ ଦଳେଇ, ଶୟନ ମହାନ୍ତି, ଜାନକୀ ବେହେରା ଓ ଉପେନ୍ଦ୍ର ସେଠୀପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।
