ମତ୍ସ୍ୟଚାଷ ସମ୍ବଧିୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
କୋଣାର୍କ ଥାନା ଅନ୍ତର୍ଗତ ତଥା କାକଟପୁର ବ୍ଲକ ଅବଦାନ ପଞ୍ଚାୟତ ସିଂହାରପାଳ ଓ ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତ ତଣ୍ଡାହର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଶନିବାର ମତ୍ସ୍ୟଚାଷ ସମ୍ବଧିୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସହକାରିତା ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଜାତୀୟ ସହକାରୀ ଉନ୍ନୟନ ନିଗମ (ଏନସିଡ଼ିସି) ଓଡିଶା ପକ୍ଷରୁ ପରିଚାଳନା ହୋଇଥିଲା। ବିଶେଷକରି ମତ୍ସ୍ୟ ଚାଷୀ ଏଵଂ ମତ୍ସ୍ୟ ସମବାୟ ସମିତିର ସଦସ୍ୟ ମାନଙ୍କ ପାଇଁ ବ୍ୟାପକ ସଚେତନା ଓ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଉଭୟ ଗ୍ରାମରେ ଶତାଧିକ ମହିଳା ଓ ପୁରୁଷ ମତ୍ସ୍ୟଜୀବୀ ମାନେ ଉପସ୍ଥିତ ରହି ମତ୍ସ୍ୟ ଚାଷ ସମ୍ବଧରେ ବ୍ୟାପକ ଶିକ୍ଷା ଲାଭ କରିଥିଲେ। ଏନସିଡ଼ିସି ପଦାଧିକାରୀ ଶ୍ରୀଯୁକ୍ତ ଅଭୟ କୁମାର ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ରାଜେଶ୍ କୁମାର ରାଉତରାୟ ଓ ଏନସିଡ଼ିସି କର୍ମଚାରୀ ଶୁଭେନ୍ଦୁ ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ଓ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ମତ୍ସ୍ୟ ଚାଷ ସମ୍ବଧରେ ଅଧିକ ସୁଚନା ମିଳିଲା ଓ ଆଗକୁ ଏହା ଚାଷୀ ମାନଙ୍କୁ ସହଯୋଗ ଓ ସହାୟତା ପ୍ରଦାନ କରିବ ବୋଲି ପ୍ରଶିକ୍ଷଣ ନେଇଥିବା ଚାଷୀ ମାନେ ମତ ପ୍ରକାଶ କରିଥିଲେ।
