ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
କାମାକ୍ଷାନଗର, ଢେଙ୍କାନାଳ ସହର ବ୍ଳକ ମଙ୍ଗଳପୁର ଗ୍ରାମରେ ଥିବା ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଚଳିତ ବର୍ଷକୁ ୫୦ ବର୍ଷ ପୁରିଛି। ଏଥିପାଇଁ ଗ୍ରାମବାସୀଙ୍କ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଇଛି। ଏହି ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥିଭାବେ ସାଂସଦ ରୁଦ୍ର ନାରାୟଣ ପାଣୀ, ପର୍ଜଙ୍ଗ, ହିନ୍ଦୋଳ ,କାମାକ୍ଷାନଗର ବିଧାୟକ ବିଧାୟିକାଗଣ,ଜିଲ୍ଲାପାଳ,ଏସପି, ସୁବର୍ଣ୍ଣ ଜୟନ୍ତୀ ସମାରୋହର ସଭାପତି, ସ୍ଥାନୀୟ ସରପଞ୍ଚ ଓ ଅନ୍ୟାନ୍ୟ ଅତିଥିମାନେ ମଞ୍ଚାସିନ ହୋଇଥିଲେ । ଗ୍ରାମବାସୀ ଓ ଏହି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀଙ୍କ ସହଯୋଗରେ ସଫଳ ହୋଇଛି ।
