ପାରାଦ୍ୱୀପ ରେ ବାଲିଯାତ୍ରା ପାଇଁ ଭୂମିପୂଜା

ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ର ମୁକସାକ୍ଷୀ ପାଲଟିଛି ପାରାଦୀପ l ପାରାଦୀପ ର ଐତିହ୍ୟ, କୀର୍ତ୍ତିରାଜି କୁ ସମୃଦ୍ଧ କରୁଛି କଳିଙ୍ଗ ବାଲିଯାତ୍ରା ମହୋତ୍ସବ l ଚଳିତବର୍ଷ ର କଳିଙ୍ଗ ବାଲିଯାତ୍ରା ମହୋତ୍ସବ ନିମନ୍ତେ ସରିଛି ଭୂମିପୂଜନ l ଆଠଦିନ ଧରି ବାଲିଯାତ୍ରା ଆୟୋଜନ କରାଯାଉଥିବା ବେଳେ ଏଥର ବାଲିଯାତ୍ରା କୁ ସରସ, ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି l ଆଠଦିନ ଧରି ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବାଲିଯାତ୍ରା ମହୋତ୍ସବ କମିଟି ତରଫରୁ କିପରି ଆକର୍ଷଣୀୟ କରାଯିବ, ଓଲିଉଡ଼, ବଲିଉଡ କଳାକାର ଙ୍କୁ ନେଇ କିପରି ଦର୍ଶକ ଙ୍କ ମନୋରଞ୍ଜନ ର ମାଧ୍ୟମ ପାଲଟିବ ଏ ନେଇ ସମସ୍ତ ପ୍ରୟାସ କରାଯାଇଥିବା ନେଇ ଅତିରିକ୍ତ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି l ପାରାଦୀପ ର ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ମନ୍ତ୍ରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ବାଲିଯାତ୍ରା ର ସମସ୍ତ ପ୍ରସ୍ତୁତି କାର୍ଯ୍ୟକ୍ରମ କରାଯାଉଥିବା ନେଇ ସୂଚନା ପ୍ରଦାନ କରିବା ସହିତ ବାଲିଯାତ୍ରା କୁ ଆସୁଥିବା ଲକ୍ଷ ଲକ୍ଷ ଦର୍ଶକ ଆଠଦିନ ଧରି କିପରି ଚଳିତବର୍ଷ ର ବାଲିଯାତ୍ରା କୁ ଉପଭୋଗ କରିବେ ଏ ନେଇ ପ୍ରସ୍ତୁତି ଚାଲିଥିବା ନେଇ ଅତିରିକ୍ତ ଜିଲ୍ଲାପାଳ ଓ ପାରାଦ୍ୱୀପ ପୌରାଧ୍ୟକ୍ଷ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *