ବିଦ୍ୟୁତ୍ ସଂସ୍ପର୍ଶରେ ଚାଲିଗଲା ନିରୀହ ଜୀବନ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ଗାଁ ଯାତ୍ରା ପଡିଆ ନିକଟରେ ବିଲ ହୁଡ଼ାରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ନିରୀହ ଜୀବନ ଚାଲିଯାଇଥିବା ବେଳେ ପରିବାରର ଅନ୍ୟ ୩ ଜଣଙ୍କ ଜୀବନ ବର୍ତ୍ତି ଯାଇଛି। ମୃତକ ପରଜଙ୍ଗ ଥାନା କଙ୍କିଳି ଗାଁର ସନ୍ତୋଷ ପଧାନ। ସନ୍ତୋଷ ନିଜ ପରିବାର ଲୋକଙ୍କ ସହିତ କାମାକ୍ଷାନଗର ଥାନା ଗୁଣ୍ଡିଚାନାଳି ଗାଁକୁ କୁଣିଆ ଯାଇଥିଲା ନିଜ ଗାଁକୁ ଫେରୁଥିବା ବେଳେ ଘଟିଛି ଅଘଟଣ। ବାଉଁଶପାଳ ଗାଁ ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ତେବେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସନ୍ତୋଷଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରର ଅନ୍ୟ ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କୌଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲା। ଏଥିସହିତ ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠେଇ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଶିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଅବାଧ ବାରହା ଶିକାରକୁ ରୋକିବା ପାଇଁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *