ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ।
ଭାରତ ସରକାରଙ୍କ ଆହ୍ବାନ କ୍ରମେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ଯୁବ ରେଡକ୍ରସ, ଜାତୀୟ ସେବା ଯୋଜନା ଏବଂ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହୀନିର ମିଳିତ ସହଭାଗିତାରେ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ଆନୁଷ୍ଠାନିକ ରୂପେ ସଂପାଦିତ ହୋଇଯାଇଛି। ଏହି ଅବସରରେ ନାଗରିକଙ୍କ ପାଇଁ ସାଧୁତାର ଶପଥ ପ୍ରତିପାଦନ କରାଯାଇଥିଲା। ସ୍ବତନ୍ତ୍ର ରୂପେ ଅଧ୍ୟକ୍ଷ ଯୁବା ପୀଢ଼ୀଙ୍କୁ ଉତ୍କୋଚ଼ ଉପରେ ଯଥାର୍ଥତା ପ୍ରତିପାଦନ କରି କହିଥିଲେ, ଉତ୍କୋଚ଼ ନେବା ନାହିଁ କିମ୍ବା ଦେବା ନାହିଁ। ଏହା ଦ୍ବାରା ମେଧାବୀ ତଥା ପ୍ରତିଭା ସମ୍ପନ୍ନ ଶିକ୍ଷାର୍ଥୀ ସରକାରୀ କିମ୍ବା ବେସରକାରୀ ଚାକିରି କ୍ଷେତ୍ରରୁ ନିବୃତ୍ତ ହୋଇଯାନ୍ତି। ଦୁର୍ନୀତି ହିଁ ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତି ପଥରେ ସବୁଠାରୁ ବଡ଼ ପ୍ରତିବନ୍ଧକ ବୋଲି ସମସ୍ତ କତ୍ତୃପକ୍ଷ ନିଜ ନିଜ ସଫେଇରେ ଅନୁରୂପ ମନ୍ତବ୍ୟ ରଖିଥିଲେ। ଯୁବା ପୀଢ଼ୀଙ୍କୁ ସମସ୍ତ ପ୍ରକାରର ସାଧୁତାର ମାର୍ଗକୁ ଅବଲମ୍ବନ କରିବା ପାଇଁ ଶପଥ ପାଠ କରାଯାଇଥିଲା lଜୀବନ ର ପ୍ରତ୍ୟେକ କ୍ଷେତ୍ର ରେ ସଚ୍ଚୋଟତା ଓ ଆଇନ ର ଶାସନ କୁ ପାଳନ କରିବା, ଉତ୍କୋଚ ନେବା ନାହିଁ କିମ୍ବା ଦେବା ନାହିଁ, ସମସ୍ତ ଦାୟିତ୍ବ କୁ ସାଧୁତା ଓ ସ୍ବଚ୍ଛତାର ସହ ସମ୍ପାଦନ କରିବା, ଜନ ସାଧାରଣଙ୍କ ହିତ ସାଧନା ପାଇଁ କାର୍ଯ୍ୟ କରିିବା, ନିଜ ବ୍ୟକ୍ତିଗତ ଆଚରଣ ରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖି ଉଦାହରଣ ହେବା, ଦୁର୍ନୀତି ସମ୍ପର୍କିତ କୌଣସି ଘଟଣା ଉପଯୁକ୍ତ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇବା ଇତ୍ଯାଦିର ଶପଥ ପାଠ କରାଯାଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ଏନସିସି ମେଜର ଡ଼ ଶଂକର ପ୍ରସାଦ ଅଧିକାରୀ, ସହ ପ୍ରଶାସନିକ ଅଧିକାରୀ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ଅକାଡେମିକ ବର୍ସର ଡ. ସନ୍ତୋଷ କୁମାର ଚୌଧୁରୀ, ରିଡର ଡ. ବସନ୍ତ କୁମାର ଆଚାରୀ, ଡ. ସ୍ମିତାରାଣୀ ପଣ୍ଡା, ପ୍ରଫେସର ବିଘ୍ନରାଜ ପୀଢ଼ୀ, ଡ. ନନ୍ଦିତା ଦାଶ, ଯୁବ ରେଡକ୍ରସ କାଉଁସେଲର ଡ. ଅଜିତ୍ କୁମାର ମୁନୀ, ଏନଏସ୍ଏସ୍ ଯୋଜନା ଅଧିକାରୀ ପବିତ୍ର ଧଙ୍ଗଡାମାଝୀ, ଚନ୍ଦନ ମାରାଣ୍ଡି, ଯୋଜନା ଅଧିକାରୀଣି ଇ. ରେଶମା ପାତ୍ର, ସ୍କାଉଟ୍ ରୋଭର୍ସ ଅଫିସର ଅଧ୍ୟାପକ ସରୋଜ କୁମାର ପଣ୍ଡା, ଅଧ୍ୟାପକ ସୁଧୀର କୁମାର ସାହୁ, ବରିଷ୍ଠ ପିଇଟ ସନ୍ତୋଷ କୁମାର ପ୍ରଧାନ, ମୁଖ୍ୟ କିରାଣି ବିଜୟ କୁମାର ନାୟକ ଓ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଦୁର୍ନୀତି ନିବାରଣ ଶପଥପାଠ ଅବସରକୁ ସାଫଲ୍ୟ ମଣ୍ଡିତ କରିଥିଲେ।
