ଜଳବନ୍ଦୀରେ ଆଟୋ କୁଅଁର ସାହି
ବାତ୍ୟା ‘ଦାନା’ ଚାଲିଯାଇଛି ହେଲେ ବାତ୍ୟା ପରେ ବଢିଯାଇଛି ଲୋକଙ୍କ ଦୁର୍ଦ୍ଦଶା ।ଖାଲୁଆ ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ପାଣି ।ଅନେକ ଗାଁ ଜଳବନ୍ଦିରେ ଅଛି ।ଲୋକ ଭୋଗୁଛନ୍ତି ନାହିଁ ନଥିବା ଦୁର୍ଦ୍ଦଶା । ଦୁଇଦିନ ଲଗାଣ ବର୍ଷାରେ ବେହାଲ ହୋଇ ଯାଇଛି ତଳିଆ ଅଞ୍ଚଳ । ୨୭ତାରିଖ ରାତିରେ ଉପରମୁଣ୍ଡରୁ ବର୍ଷା ପାଣି ଖସିବା ଫଳରେ ଭଦ୍ରକ ବ୍ଲକ ସାବରଙ୍ଗ ପଂଚାୟତର ଆଟୋ କୁଅଁର ସାହି,ଯେନା ସାହି ଜଳବନ୍ଦୀ ଅବସ୍ଥାରେ ଅଛି । ଦ୍ବିତୀୟତଃ ଏରେଇଁ କେନାଲରୁ ଏକ ଶାଖା ନାଳ ବାହାରି କୁଅଁର ସାହି ଦେଇ ପ୍ରବାହିତ ହୋଇ ଧନନ୍ତରୀ ନଦୀରେ ଯାଇ ପଡିଛି । ଏହି ଶାଖା ନାଳ କ୍ରମଶ ପୋତି ହୋଇଆସିବା ଦ୍ବାରା ପାଣି ଟାଣିବାକୁ ଡେରି ହେଉଛି ।ଯାହାଫଳରେ ଜଳ ପତନ ବୃଦ୍ଧି ହେଉଛି । ଗାଁରୁ, ରାସ୍ଥାରୁ ପାଣି ଛାଡିଲା ବେଳକୁ ଛଅ ସାତ ଦିନ ଲାଗୁଛି । ତେଣୁ ଏହି ଶାଖା ନାଳ ବର୍ତ୍ତମାନ କୁଅଁର ସାହିର ଦୁଃଖ ସଦୃଶ ଛିଡା ହୋଇଛି । ଏଥିରେ ବଳି ପଡୁଛନ୍ତୁ କୁଅଁର ସାହି ଓ ଯେନା ସାହିର ମୋଟ ୧୯/ ୨୦ ପରିବାର । ରାତିରେ ଜଳପତନ ବୃଦ୍ଧି ଯୋଗୁଁ ଘରେ ପାଣି ପସିଯିବା ଫଳରେ ଘରର ବାସନକୁସନ, ଚାଉଳ,ଲୁଗାପଟା ଆଦି ଅନେକ ସାମଗ୍ରି ନଷ୍ଟ ହୋଇ ଯାଇଥିଲା । ଜୀବନ ବିକଳରେ ଅବଶିଷ୍ଟ ଜିନିଷ ପତ୍ର ଧରି ଉଚ୍ଚା ଘରକୁ ପଳାଇଥିଲେ ।ସବୁଠାରୁ ଦୁଃଖର କଥା ହେଲା ଏହି ଗାଁକୁ ପାଣି ପଶିବା ଓ ଗାଁକୁ ପଡିଥିବା ମୂଖ୍ୟ ରାସ୍ଥା ବୁଡିଯିବା ଫଳରେ ଯୋଗାଯୋଗ ବିଛିନ୍ନ ହେବା ସତ୍ତ୍ବେ ବ୍ଲକ ପ୍ରଶାସନ କିମ୍ବା ପଂଚାୟତ ପ୍ରଶାସନ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଦେବା ଦୂରର କଥା, ଥରେ ଆସି ପାଖରେ ପହଞ୍ଚି ଦୁଃଖର ସାଥି ହୋଇନାହାଁନ୍ତି ବୋଲି ଆମ ପ୍ରତିନିଧିଙ୍କୁ କହିଥିଲେ । ସାବରଙ୍ଗ ସରପଂଚ ମାଧବାନନ୍ଦ ଦାସ ପ୍ରତିକ୍ରିୟାରେ ଯେତିକି ଶୁଖିଲା ଖାଦ୍ୟ ଆସିଥିଲା ତାହା ବଣ୍ଟାଯାଇଛି ଏବଂ ରାସ୍ଥା କାମ ଏବଂ ନାଳ ପୁନଃରୁଦ୍ଧାର ପାଇଁ ପ୍ରକଳ୍ପ ଦିଆଯାଇଛି ବୋଲି କହିଥିଲେ । ଏହି ପରିବାରମାନଙ୍କ ପାଖରେ ଯଥାଶିଘ୍ର ସରକାରୀ ସାହାଯ୍ୟ ପହଞ୍ଚାଇବା ପାଇଁ teethkhtra ଚେନାଲ ତରଫ ରୁ ସୂଚନା ଦିଆଯାଇଥିଲା।
