ଆମ୍ବ ଟାକୁଆ ଘଟଣା
ଆମ୍ବ ଟାକୁଆ ଘଟଣା,ଦାରିଙ୍ଗବାଡ଼ି ମାଣ୍ଡିପଙ୍ଗାରେ ଜିଲାପାଳଙ୍କ ଅମ୍ରିତ ଋତୁରାଜ,* ଲୋକଙ୍କ ଦୁଃଖ ବୁଝିଲେ* ବିକାଶ କାର୍ଯ୍ଯ ତ୍ଵରାନିତ କରିବାକୁ ପ୍ରତିଶୃତି ଦେଲେ* ଲୋକେ ପାଇଲେ ଚାଉଳ * ହାତ ପାହାନ୍ତାରେ ସବୁବେଳେ ମିଳିବ ଚାଉଳ * ମାଣ୍ଡିପଙ୍କାରେ ହେବ ସାଧାରଣ ବଣ୍ଟନ ସାମଗ୍ରୀ ଉପକେନ୍ଦ୍ରଫୁଲବାଣୀ:ନିପ୍ର:-୦୪ା୧୧ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କାରେ ଆମ୍ବ୍ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି। କିନ୍ତୁ ଏହି ସ୍ଥିତିରେ ଏବେ ସୁଧାର ଆସିଛି।କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ସୋମବାର ଗସ୍ତକରି ମାଣ୍ଡିପଙ୍କାରେ ପହଞ୍ଚି ସ୍ଥିତି ପରଖିଛନ୍ତି। ଜିଲ୍ଲାପାଳ ଶ୍ରୀ ଋତୁରାଜ ମୃତକ ଓ ଗୁରୁତର ପରିବାରକୁ ଭେଟି ଯାହାସବୁ ଘଟଣା ଘାଟି ଯାଇଛି ଗୁରୁତର ସହିତ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସ୍ଥାନୀୟ ଗ୍ରାମବାସୀ ଙ୍କ ଗହଣରେ ବସି ବିଭିନ୍ନ ସମସ୍ୟାର ସମିକ୍ଷା କରିବା ସହିତ ଆଲେଚନା କରି ଲୋକଙ୍କ ଦୁଃଖ ବୁଝିଛନ୍ତି।ପିଡିଏସ୍ ଚାଉଳ ଏବେ ଲୋକଙ୍କୁ ମିଳିସାରିଛି ହେଲେ ଗଦାପୁର ଓ ବ୍ରାହ୍ମଣୀଗାଁକୁ ଯାଇ ଟଙ୍କିକିଆ ଚାଉଳ ଆଣିବାକୁ ପଡୁଛି। ଅଞ୍ଚଳବାସୀ ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିବା ପରେ ଜିଲାପାଳ ବଡ଼ ପଦକ୍ଷେପ ନେଇଛନ୍ତି। ଆଗାମୀ ଦିନରେ ମାଣ୍ଡିପଙ୍କା ଲୋକଙ୍କୁ ଆଉ ଗଦାପୁର କି ବ୍ରାହ୍ମଣୀଗାଁକୁ ଯିବାକୁ ପଡ଼ିବ ନାହିଁ। ହାତପାହାନ୍ତରେ ଟଙ୍କିକିଆ ଚାଉଳ ମିଳିବ। ମାଣ୍ଡିପଙ୍କା ଗ୍ରାମରେ ବଣ୍ଟନ ପାଇଁ ଉପକେନ୍ଦ୍ର କରାଯାଇ ଲୋକଙ୍କୁ ସୁବିଧାରେ ଚାଉଳ ଦିଆଯିବ ବୋଲି ଜିଲାପାଳ ରୋକ୍ ଠୋକ୍ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି ।ସାଥୀରେ ବିଡ଼ିଓ ଓ ଅନ୍ୟ ଯେତିକି ସରକାରୀ ଅଧିକାରୀ,କର୍ମଚାରୀ ଉପସ୍ଥିତ ଥିଲେ ସରକାରୀ ଯୋଜନା ଗୁଡ଼ିକୁ ବିକାଶ କ୍ଷେତ୍ରରେ ତ୍ଵରାନିତ କରିବାକୁ ନିର୍ଦ୍ଧେଶ କରିବା ସହିତ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଅଞ୍ଚଳ ବାସୀ ଖୁସିବ୍ୟକ୍ତ ହୋଇଛନ୍ତି। କନ୍ଧମାଳ ଜିଲ୍ଲାରେ ନୂତନ ଭାବେ ଯୋଗ ଦେବାର ଏକମାସ ହୋଇଛି। ମାସକ ମଧ୍ୟରେ ଜିଲ୍ଲାପାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ସମେତ ଅନ୍ୟ ବିଭିନ୍ନ ଅପହଞ୍ଚ ଅଞ୍ଚଳକୁ ଗସ୍ତ କରି ସମସ୍ୟା ଗୁଡ଼ିକ ଉପରେ ନଜର ଆଣୁଥିଲେ। ଏହି ମାଣ୍ଡିପଙ୍ଗା ଅଞ୍ଚଳକୁ ମଧ୍ଯ ଗସ୍ତ କରୀବକୁ ମନସ୍ଥ କରିଥିଲେ। କିଛି ସରକାରୀ ଜରୁରୀ କାର୍ଯ୍ୟରେ ବ୍ୟସ୍ତ ରହିବା ଯୋଗୁଁ ଉକ୍ତ ଅଞ୍ଚଳକୁ ଗସ୍ତ କରିବାରେ ଟିକିଏ ବିଳମ୍ବ ହୋଇ ଯାଇଥିଲା। ଇତି ମଧ୍ୟରେ ଏହି ଆମ୍ବ ଟାକୁଆ କହିବା ଦୁଃଖଦ ଘଟଣା ଘଟିଯାଇଛି। ଏବେ ଆଉ ମାଣ୍ଡିପଙ୍ଗା ଗାଁର ଦୁଃଖ ରହିବ ନାହିଁ। ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ସମସ୍ତ କ୍ଷେତ୍ର ପାଇଁ ଜନସଚେତତା ମଧ୍ଯ ବାଧ୍ୟତା କରାଯିବ। ସରକାରୀ ଅଧିକାରୀ କର୍ମଚାରୀଙ୍କ ଦାୟିତ୍ୱକୁ କଡ଼ାକୁଡ଼ି କରାଯିବ। କୌଣସି ଅବହେଳାକୁ ଦୃଷ୍ଟି ଆସିଲା ଭଳି କରାଯିବ ନାହିଁ ବୋଲି ଜିଲ୍ଲାପାଳ ସରକାରି ଅଧିକାରୀ କର୍ମଚାରୀ ଙ୍କୁ ରୋକ୍ ଠୋକ୍ କହିଥିବା ଜଣାପଡିଛି।
