ଅଁଳାନବମୀ ୨ୟ ସମ୍ମନ୍ବୟ ବୈଠକ

ସାକ୍ଷୀଗୋପାଳ, ୪। ୧୧ ପୁରୀ ଜିଲ୍ଲାର ଦ୍ବିତୀୟ ବୃହତମ ଗଣପର୍ଵ ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳାନବମୀ ପର୍ବରେ ଶ୍ରୀରାଧା ପାଦଦର୍ଶନ ଏବଂ ବଡଏକାଦାଶୀରେ ଠାକୁରଙ୍କ ଲକ୍ଷ୍ମୀ ନାରାୟଣ ବେଶ ଆସନ୍ତା ମାସ ୧୦ ଓ ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଦ୍ବିତୀୟ ସମ୍ମନ୍ବୟ ବୈଠକ ପଞ୍ଚସଖା ସ୍ମୃତି ଭବନରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପଜିଲ୍ଲାପାଳ ନୀଳମାଧବ ମାଧି ପ୍ୟୈରହିତ କରିଥିଲେ। ଆକର୍ଷଣୀୟ ସାଜସଜ୍ଜା ସହିତ ଚିତ୍ତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ। ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି ବୋଲି ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ବୈଠକ ରେ ସୂଚନା ଦେଇଥିଲେ। ଏଥିସହିତ ସାକ୍ଷୀଗୋପାଳ ମନ୍ଦିର, ବଜାର ଅଞ୍ଚଳ ଓ ପଞ୍ଚସଖା ପଡିଆ ଆଲୋକିତ କରାଯିବ। ଏଥିପାଇଁ ସାକ୍ଷୀଗୋପାଳ କୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଆମର ଅତିଥି ଭାବରେ ସେମାନଙ୍କୁ ଉତ୍ତମ ଆତିଥ୍ୟ ପ୍ରତି ସମସ୍ତେ ଯତ୍ନବାନ ହେବାକୁ ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଅଧିକାରୀ ମାନଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷକୁ ଥରେ ଶ୍ରୀରାଧା ପାଦ ଦର୍ଶନ ପାଇଁ ମନ୍ଦିର ସମ୍ମୁଖ ଵାରିକେଟ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ସାଧାରଣ ଶ୍ରଦ୍ଧାଳୁ ଲମ୍ବା ଧାଡ଼ିରେ ରହୁଥିବା କାରଣରୁ ସାହାଣମେଲା ମେଲା ଦର୍ଶନ କୁ ଅଧିକ ଗୁରୁତ୍ଵ ଦେବାକୁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଦେବୋତ୍ତର ବିଭାଗ ପ୍ରସ୍ତୁତ କରୁଥିବା ୩ ହଜାର ପ୍ରିଭିଲେଜ ପାସ୍ କରିବ। ସେବାୟତ, ମନ୍ଦିର ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ଭିଆଇପି ଓ ସହଯୋଗୀ ମାନଙ୍କ ନିମନ୍ତେ ସ୍ବତନ୍ତ୍ର ସୁବିଧା ରହିବା ନେଇ ଆଲୋଚନା କରାଯାଇଛି। ପୂର୍ବରାତ୍ରିରୁ ମନ୍ଦିର ଦେବନୀତି ଆରମ୍ଭ କରାଯାଇ ସକାଳ ୬ ଟାରୁ ପାଦ ଦର୍ଶନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁ ରହିବ ନେଇ ପ୍ରାରମ୍ଭରେ ଦେବନୀତି ନିର୍ଘଣ୍ଟ ସମ୍ପର୍କରେ ସେବାୟତ ସଂଘ କର୍ମକର୍ତ୍ତା ସୂଚନା ପ୍ରଦାନ କରିଥିଲେ। ଭକ୍ତ ଙ୍କ ସୁବିଧା ପାଇଁ ଅଧିକ ଧ୍ୟାନ ଦିଆଯିବ। ଆଇନ ଶୃଙ୍ଖଳା ନିୟନ୍ତ୍ରଣ, ସିସି କ୍ୟାମେରା, ଟ୍ରାଫିକ , ଭିଡ଼ ନିୟନ୍ତ୍ରଣ ନିମନ୍ତେ ଅଧିକ ପୋଲିସ ମୁତୟନ କରାଯିବ ବୋଲି ଅତିରିକ୍ତ ଏସ ପି ବିଷ୍ଣୁ ପ୍ରସାଦ ପତି କହିଛନ୍ତି । ସେଵାୟତ ଶ୍ମଶାନ ନିର୍ମାଣ ଦାବି ପୁରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଖୁବଶୀଘ୍ର ଦେବୋତ୍ତର ବିଭାଗ ଜମି ଯୋଗାଇ ଦେବ ବୋଲି ସହକାରୀ ଦେବୋତ୍ତର କମିଶନର ଶିଶିର କୁମାର ସାହୁ ସୂଚନା ଦେଇଥିଲେ। ମେଳାପଡିଆରେ କେବଳ ସରକାରୀ ପ୍ରଦର୍ଶନୀ ମଣ୍ଡପ ଖୋଲାଯିଵାକୁ ସ୍ଥିରୀକୃତ ହୋଇଥିବା ବେଳେ ଗ୍ୟାସ ସିଲିଣ୍ଡର ବ୍ୟବହାର ଉପରେ ରୋକ ଲଗାଯାଇଛି।ସେହିଭଳି ପୂର୍ବରୁ ଛାୟାପ୍ରଦ ବାରିକେଡ, ଅଗ୍ନି ନିରାପତ୍ତା, ରାସ୍ତା ମରାମତି,ପନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ ,ବିଦ୍ୟୁତ ସେବା, ସଫେଇ କାର୍ଯ୍ୟ  କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ୮ ତାରିଖରେ ଚୁଡାନ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ ସହିତ ଯାତ୍ରା ପରେପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତି। ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁନୀଲ ପଣ୍ଡା, ଜିଲ୍ଲା ସୂଚନା ଲୋକସମ୍ପର୍କ ଉପଜିଲ୍ଲାପାଳ ସନ୍ତୋଷ ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ତହସିଲଦାର ସନ୍ତୋଷ ପାଣିଗ୍ରାହୀ , ବିଡ଼ିଓ ଲିପ୍ସା ରାୟ , ଆଇଆଇସି ଉମେଶ କୁମାର ସାହୁ, ଅଗ୍ନିଶ୍ରମ ଅଧିକାରୀ ମନୋଜ ପାତ୍ର , ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡାକ୍ତର ସୁବଶିଷ ନାୟକ, , ସେବାୟତ ସଂଘ ସଭାପତି ଅଶୋକ ଖୁଣ୍ଟିଆ, ଉପସଭାପତି ସଞ୍ଜୟ ନନ୍ଦ, ସମ୍ପାଦକ ପ୍ରତାପ ମହାପାତ୍ର ଓ କର୍ମକର୍ତ୍ତା, ଜିଲ୍ଲା ପରିଷଦ ସଭ୍ୟ, ଜୟପୁର ସମିତି ସଭ୍ୟ, ସରପଞ୍ଚ, ବିଭାଗୀୟ ଅଧିକାରୀ, ଇଞ୍ଜିନିୟର, ଶିକ୍ଷକ, ବ୍ୟାଙ୍କ ଅଧିକାରୀ, ସ୍ଥାନୀୟ ସ୍ବେଚ୍ଛାସେବୀ ଓ ବୁଦ୍ଧିଜିବୀ ଯୋଗ ଦେଇଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଵିଶ୍ବବାସି ତ୍ରିପାଠୀ ଯୋଗ ଦେଇଥିଲେ। 

Leave a Reply

Your email address will not be published. Required fields are marked *