ଖଜୁରୀପଡ଼ା ବ୍ଲକକୁ ବିଜେପି ଦୁର୍ଗ ଗଠନ ପାଇଁ ନିଯୁକ୍ତି

ଖଜୁରୀପଡ଼ା ବ୍ଲକକୁ ବିଜେପି ଦୁର୍ଗ ଗଠନ ପାଇଁ ନିଯୁକ୍ତି ହେଲେ ୨ ପ୍ରତିନିଧି।

ଅନନ୍ତ ଦିଗାଲ ବିଧାୟକ ପ୍ରତିନିଧି

ଫୁଲବାଣୀ:

ଚଳିତ ୨୦୨୪ ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲ୍ଲାରେ ବିଜେପି ସାଂସଦ ଆସନକୁ ହାତେଇଲା ପରେ ଜିଲ୍ଲାକୁ ସମ୍ପୂର୍ଣ ବିଜେପି ଦୁର୍ଗ କରିବା ପାଇଁ ଆରମ୍ଭରୁ ରଣନୀତି ଆପଣେଇ ଥିବା ଜଣାପଡିଛି।ଦଳ ପକ୍ଷରୁ ସାଂସଦ ଆସନରେ ସୁକାନ୍ତ ପାଣିଗ୍ରାହୀ ବିଜୟ ହେଲାପରେ ଓ ଫୁଲବାଣୀ ବିଧାନ ସଭା ଆସନରେ ଉମା ଚରଣ ମଲିକ ବିଜୟ ହେଲାପରେ କନ୍ଧମାଳ ଜିଲ୍ଲା ଦଳର ସଂଗଠନକୁ ମଜଭୁତ କରି କନ୍ଧମାଳ ଲୋକସଭା ସାଂସଦ କ୍ଷେତ୍ର ଆସନକୁ ସମ୍ପୂର୍ଣ ଦଖଲ ରଖିବା ପାଇଁ ଦଳ ସଜାଡ଼ିବା ଆରମ୍ଭ କରିବାରେ ଲାଗି ପଡିଲେଣି।ଏ ନେଇ ଜିଲ୍ଲା ଓ ପ୍ରତି ବ୍ଲକ ସ୍ତରରେ ବଛା ବଛା ନିଜ ପ୍ରତିନିଧି ଚୟନ କରି ଚାଲିଛନ୍ତି। ଜିଲ୍ଲା ସାଂସଦ ପ୍ରତିନିଧି ଚୟନ କଲାପରେ ପ୍ରତି ବ୍ଲକରେ ମଧ୍ୟ ସାଂସଦ ପ୍ରତିନିଧି ଚୟନ କରି ଚାଲିଛନ୍ତି। ସେହିଭଳି ଖଜୁରୀପଡ଼ା ବ୍ଲକରେ ଜଣେ

-ମନୋଜ କୁମାର ପଣ୍ଡା ସାଂସଦ ପ୍ରତିନିଧି

ସଚ୍ଚୋଟ,ନିର୍ଭିକ,ନିଷ୍ଠାପର, ଲୋକପ୍ରିୟ ବରିଷ୍ଠ ସମାଜସେବୀ ଲୋକ ସଂଗଠକ ମନୋଜ କୁମାର ପଣ୍ଡାଙ୍କୁ ସାଂସଦ ପ୍ରତିନିଧି ଭବେ ଚୟନ କରି ନିଯୁକ୍ତି କରିଛନ୍ତି। ସେହିଭଳି ବିଧାୟକ ଉମା ଚରଣ ମଲିକ ମଧ୍ୟ ନିଜ ବିଧାନ ସଭା ଆସନକୁ ଦଳର ଦଖଲରେ ରଖିବା ପାଇଁ ଜିଲ୍ଲାରେ ବିଧାୟକ ପ୍ରତିନିଧି ଚୟନ କରି ପ୍ରତି ବ୍ଲକରେ ନିଜ ପ୍ରତିନିଧି ଚୟନ କରି ଖଜୁରୀପଡ଼ା ବ୍ଲକକୁ ବିଜେପି ଦୁର୍ଗ କରିବା ପାଇଁ ୨ ଜଣ ଯୋଧାକୁ ପ୍ରତିନିଧି ଭାବେ ଚୟନ କରାଯାଇଛି ।ସମାଜସେବୀ ତଥା ବରିଷ୍ଠ ସଂଘଠକ ଅନନ୍ତ ଦିଗାଲ ଙ୍କୁ ବିଧାୟକ ପ୍ରତିନିଧି ଭାବେ ଚୟନ କରି ନିଯୁକ୍ତି କରିଛନ୍ତି। ଏହି ଖବର ଜଣା ପଡ଼ିଲା ପରେ ସାଂସଦ ପ୍ରତିନିଧି ଶ୍ରୀ ପଣ୍ଡା ଓ ବିଧାୟକ ପ୍ରତିନିଧି ଶ୍ରୀ ଦିଗାଲ ଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ସମ୍ବର୍ଧନାର ସୁଅ ଛୁଟିବାରେ ଲାଗିଛି। ମନୋଜ କୁମାର ପଣ୍ଡା ଓ ଅନନ୍ତ ଦିଗାଲ ଙ୍କ ଉପରେ ବିଜେପି ଦଳ ଭରସା,ବିଶ୍ବାସ ରଖି ସାଂସଦ ପ୍ରତିନିଧି ଓ ବିଧାୟକ ପ୍ରତିନିଧି ଭବେ ନିଯୁକ୍ତି କରିଥିବା ବିଜେପି ଦଳ ପକ୍ଷରୁ କୁହା ଯାଉଥିବା ବେଳେ। ଏନେଇ ଉଭୟ ପ୍ରତିନିଧି ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ,ଓଡ଼ିଶା ମୂଖ୍ୟ ମନ୍ତ୍ରୀ ମହୋନ ଚରଣ ମାଝୀ,ସାଂସଦ ସୁକାନ୍ତ ପାଣିଗ୍ରାହୀ ବିଧାୟକ ଉମା ଚରଣ ମଲିକ ଓ ଦଳର ସମସ୍ତ ଙ୍କୁ କୃତଜ୍ଞତା ଜଣାଇଛନ୍ତି ଏବଂ ଦଳର ସଙ୍ଗଠନ ସୁଦୃଢ଼ ପାଇଁ ଆନ୍ତରିକତା ର ସହିତ କାମ କରିବୁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *