ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ବ୍ରହ୍ମପୁର :-୦୫/୧୧ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏସ୍.ଗୋପାଳପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକ ସ୍ତରୀୟ ବିଜ୍ଞନମେଳା କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମିତା କୁମାରୀ ବାଡତ୍ୟାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଗ୍ରେଡିଅର୍ ଅରୁଣ ପ୍ରସାଦ ପାଢ଼ୀ,ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ସ୍ୱାଇଁ ,ସମ୍ମାନୀତ ଅତିଥି ଭାବେ ବି.ଆର୍.ସି.ସି ରାମଚନ୍ଦ୍ର ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ବିନିତା ମିଶ୍ର,ଶ୍ରୀମତୀ ରିତାଞ୍ଜଳୀ ରଥ, ପି.ରାମଚନ୍ଦ୍ରପୁର କ୍ଲଷ୍ଟର ସ୍ତରୀୟସି. ଆର୍.ସି.ସି ଦିଲ୍ଲୀପ କୁମାର ପ୍ରଧାନ ତଥା ଏସ୍ ଗୋପାଳପୁର ସମିତି ସଭ୍ୟ ନାରାୟଣ ପ୍ରଧାନ, ପୂର୍ବତନ ସରପଞ୍ଚ ନିରାକାର ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବାବୁ ପ୍ରଧାନ ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସିମାଞ୍ଚଳ ପ୍ରଧାନ,ସିଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପନ୍ନଗ ଭୂଷଣ ମାଝୀ ଏବଂ ଅବସପ୍ରାପ୍ତ ହିନ୍ଦୀ ଶିକ୍ଷକ ଲକ୍ଷ୍ମୀ ନାରାୟଣ ମହାରଣା ପ୍ରମୁଖ ମଞ୍ଚାସିନ ହୋଇଥିଲେ।ଏହି ବିଜ୍ଞାନ ମେଳାରେ ଉଚ୍ଚବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ୫୧ଟି ପ୍ରକଳ୍ପ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କ ପକ୍ଷରୁ ୧୧୦ଟି ପ୍ରକଳ୍ପ ଏବଂ ପ୍ରାଥମିକ ବିଦ୍ୟାଳୟ ଶିକ୍ଷାର୍ଥୀ ତରଫରୁ ୮୫ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା।କୃତୀ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରୁ ସର୍ବାକୃଷ୍ଟ ୪ ଟି ପ୍ରକଳ୍ପକୁ ମନୋନୀତ କରାଯାଇ ଏହାକୁ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ପ୍ରଦର୍ଶନୀରେ ଭାଗ ନେବାପାଇଁ ମନୋନୀତ ହୋଇଛନ୍ତି ।ବ୍ଲକ ସ୍ତରରେ ଶିକ୍ଷାର୍ଥୀ ମାନଙ୍କ ଅନ୍ତର୍ନିହିତ ଗୁଣାବଳିର ବିକାଶ କରିବା, କୁନି ବୈଜ୍ଞାନିକ ସୃଷ୍ଟିକରିବା ତଥା ଅନୁସନ୍ଧିତ୍ସୁ ମନୋଭାବର ବିକାଶ କରିବାରେ ଏହି ମେଳା ସହାୟକ ହେବ ବୋଲି ମଞ୍ଚାସିନ ଅତିଥି ମାନେ ମତ ପ୍ରକାଶ କରିଥିଲେ। ବିଜ୍ଞାନମେଳାରେସାନଖେମୁଣ୍ଡି ,ଧରାକୋଟ ବ୍ଲକ ର ବିଭିନ୍ନ ବିଦ୍ୟାଳୟର ସମସ୍ତଶିକ୍ଷକଶିକ୍ଷୟିତ୍ରୀତଥାସାନଖେମୁଣ୍ଡି ,ସମସ୍ତ ସି.ଆର୍.ସି.ସି ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *