ଶାନ୍ତି ମିଶ୍ର ହତ୍ୟା ମାମଲା

ଶାନ୍ତି ମିଶ୍ର ହତ୍ୟା ମାମଲା; ୧୧ଜଣ ଅଭିଯୁକ୍ତଙ୍କୁ ଆଜୀବନ ଗୋଶାଣୀନୂଆ ଗାଁ ଥାନା ଅଞ୍ଚଳରେ ୨୦୧୩ ଜାନୁୟାରୀ ୨୯ ତାରିଖରେ ହୋଇଥିବା ବହୁ ଚର୍ଚ୍ଚିତ ବ୍ରହ୍ମପୁର ଶାନ୍ତି ମିଶ୍ର ହତ୍ୟା ମାମଲାରେ ୧୧ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି କୋର୍ଟ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ରାକେଶ ପଣ୍ଡା ଓରଫ ମାଗା,ଟୁକୁନା ବେହେରା, ଡାକ୍ତର ଅରଫ ସନ୍ତୋଷ କୁମାର ସାହୁ, ମୂର୍ତ୍ୟୁଞ୍ଜୟ ସାବତ, ଇଚିଲି ଓରଫ ସନ୍ତୋଷ ପାଣିଗ୍ରାହୀ, ବୁଡୁଦାସ, ଗଣେଶ ପାଣିଗ୍ରାହୀ, ଏସକେ ଜାଫିର୍,ବାବାଜୀ ରଣା, ଶଙ୍କର୍ଷଣ ପାଢ଼ୀ ଓ ଶଙ୍କର ବେହେରା । ଏହି ମାମଲାର ବିଚାରଣ ସରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ମଉଜ ମିଶ୍ର ଏଯାବତ ଫେରାର ରହିଛି।

Leave a Reply

Your email address will not be published. Required fields are marked *