ବାହାଳୀ ଜଙ୍ଗଲରେ ବାର୍ ହା ଜାଲରେ ବାଘ |

ଢେଙ୍କାନାଳ ଜିଲ୍ଲା ପଶ୍ଚିମାଞ୍ଚଳ ରେଞ୍ଜ ମହାବିରୋଡ଼ ଅଶନ ବାହାଳୀ ଜଙ୍ଗଲରେ ବାର୍ ହା ଜାଲରେ ବାଘ | -ଘଟଣା ସ୍ଥଳରେ ପହଞ୍ଚିଲେ କପିଳାସ ଟ୍ରାଙ୍କୁଲାଇଜ୍ ଟିମ୍ ଓ କାମାକ୍ଷାନଗର ବନ ଅଧିକାରୀ ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ବନବିଭାଗ ଦ୍ୱାରା ବାଘ ଟିକୁ ଟ୍ରାଙ୍କୁଲାଇଜ କରାଗଲା ଢେଙ୍କାନାଳ ବନଖଣ୍ଡ ଅଧିନରେ ଥିବା କାମାକ୍ଷାନଗର ଉପଖଣ୍ଡ ମହାବିରୋଡ ରେଞ୍ଜ ନିକଟ ଅଶନ ବାହାଳୀ ଜଙ୍ଗଲ ମଧ୍ୟରେ ଏକ କଲରା ପତରିଆ ବାଘ ଫାଶରେ ପଡ଼ିଥିବା ଖବର ପାଇବା ପରେ ବନଖଣ୍ଡ ଅଧିକାରୀ ସୁମିତ୍ କରଙ୍କ ନିର୍ଦ୍ଦେଶ କ୍ରମେ ସଦର, କାମାକ୍ଷାନଗର ଓ ମହାବିରୋଡ଼ର ରେଞ୍ଜ ଅଧିକାରୀ ଫରେଷ୍ଟ ଓ ଗାର୍ଡ ପହଞ୍ଚି ବାଘଟିକୁ ଟ୍ରାଙ୍କୁ ଲାଇଜ୍ କରି ଧରିବାରେ ସକ୍ଷମ ହୋଇଛନ୍ତି । ଖବର ନେବାରୁ ଜଣାଯାଏ ଯେ ଉକ୍ତ ଅଞ୍ଚଳର କିଛି ଶିକାରୀ ବାରହା ଶିକାର କରିବା ଉଦ୍ଦେଶ୍ୟରେ ଜାଲ ବିଛାଇଥିଲେ।ବାଘଟି ଖାଦ୍ୟ ଅନ୍ୱେଷଣରେ ଆସି ଜାଲରେ ପଡିଯାଇଥିବା ସୂଚନା ମିଳିଛି । ଉକ୍ତ ଅଞ୍ଚଳରେ ପ୍ରାୟ ସମୟରେ ହରିଣ, ବାର୍ ହା, କୁଟ୍ ରା ଶିକାର ହୋଇଥିବା ଖବର ମିଳୁଛି । ଏଣୁ ବନଖଣ୍ଡ ଅଧିକାରୀ ସୁମିତ୍ କୁମାର କର ଘଟଣା ସ୍ଥଳରେ ପହଞ୍ଚି କେଉଁମାନେ ଜାଲ ବିଛାଇଥିଲେ ।ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *