ଭଦ୍ରକରେ ଜୟ ମା ଦୁର୍ଗା ଫାଉଣ୍ଡେସନର ଶୁଭାରମ୍ଭ
ଭଦ୍ରକ,୧୩/୧୦-: ଭାରତୀୟ ସଂସ୍କୃତି ଓ ପରମ୍ପରା କ୍ଷେତ୍ରରେ ମାତୃଶକ୍ତିର ଅଭୂତପୂର୍ବ ଅବଦାନ ରହି ଆସିଛି । ସ୍ବାଧୀନତା ସଂଗ୍ରାମଠୁ ଆରମ୍ଭ କରି ଧର୍ମ ରକ୍ଷା ପର୍ଯ୍ୟନ୍ତ ସେ ନିଜର ଜୀବନ ଓ ଯୌବନକୁ ତିଳମାତ୍ର ଭ୍ରୂକ୍ଷେପ ନକରି ସଦା ଆଗକୁ ଆସିଛି ବୋଲି ଆଜି ମାଙ୍କ ଅଷ୍ଟମୀ ପୂଜାରେ ନୂତନ କରି ଆରମ୍ଭ ହୋଇଥିବା ଜୟ ମା ଦୁର୍ଗା ଫାଉଣ୍ଡେସନ (ବଣିଆ)ଭଦ୍ରକ ପକ୍ଷରୁ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ମଞ୍ଚାସିନ ଅତିଥିମାନେ ମତ ପ୍ରକାଶ କରିଥିଲେ । ବିପଦ ସମୟରେ ମଣିଷର ସାଥୀ ହେବା ଏହି ସଙ୍ଗଠନର ମୂଳମନ୍ତ୍ର ବୋଲି ସଂଗଠକ ମାନେ କହିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,ସମ୍ମାନିତ ଅତିଥି ଡକ୍ଟର ସୁଦର୍ଶନ ବାରିକ୍,କମଳା କାନ୍ତ ସାହୁ ,ବରିଷ୍ଠ ସମାଜସେବୀ ଅଚ୍ୟୁତାନନ୍ଦ ରାଉତ,ଦୟାନିଧି ମହାନ୍ତି,ହେମନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟିକୁ ସଂପୂଣ୍ଣ ଭାବେ ପରିଚାଳନା କରିଥିଲେ ବିକାଶ ଚନ୍ଦ୍ର ରାଉତ।ଶେଷରେ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ ମାନଙ୍କୁ ଉକ୍ତ ଅନୁଷ୍ଠାନ ପକ୍ଷରୁ ସେମାନଙ୍କର ଉତ୍ସଗୀକୃତ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା। ତେବେ ବଣିଆ ଅଂଚଳରେ ଏଭଳି ସଙ୍ଗଠନ ଟିଏ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଖେଳିଯାଇଛି ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
