ବିଧାୟକ ମୋହନ ମାଝୀଙ୍କ ଗାଡିକୁ ବୋମାମାଡ ଘଟଣାରେ ୫ ଗିରଫ ,ତଦନ୍ତକୁ ବାଟବଣା ଅଭିଯୋଗ କଲେ ବିଧାୟକ

କେନ୍ଦୁଝର ଟାଉନ ଥାନା ପୋଲିସ ମାମଲାରେ ସମ୍ପୃକ୍ତି ଥିବା ୫ଜଣଙ୍କୁ ଗିରଫ କରିଛି।ସୂଚନା ଅନୁଯାୟୀ ଗତ ୧୦ ତାରିଖରେ ମୋହନ ମାଝୀଙ୍କ ଗାଡି ଉପରକୁ କେହି ଦୁର୍ବୃତ୍ତ ବୋମାମାଡ କରିଥିଲେ । ମିଟିଂ ସାରି ଫେରୁଥିବାବେଳେ ମଣ୍ଡୁଆ ନିକଟରେ ବୋମାମାଡ ହୋଇଥିଲା । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବିଧାୟକଙ୍କ ଗାଡି ଉପରକୁ ୨ଟି ବୋମାମାଡ କରିଥିଲେ । ଏଥିରେ ବିଧାୟକଙ୍କ ଗାଡି ସାମାନ୍ୟ ଭାଙ୍ଗି ଯାଇଥିଲା ।ତେବେ ବିଧାୟକ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେ ଏନେଇ ଟାଉନ ଥାନାରେ ଅଭିଯୋଗ କରିବା ସହ ଏଥିପାଇଁ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ ସଭାପତି ରାଜା ଚକ୍ରଙ୍କୁ ଦାୟୀ କରିଥିଲେ । ପୋଲିସ ତଦନ୍ତ କରି ଆଜି ୫ ଜଣଙ୍କୁ ଗିରଫ କରିଛି । ତେବେ ଘଟଣା ର ଚାରିଦିନ ପରେ କେନ୍ଦୁଝର ପୋଲିସ ଏନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରିଛି । ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଗିରଫ କରିଥିବା ବେଳେ ଜଣେ ଫେରାର ଥିବା ଏସପି ମିତ୍ରଭାନୁ ମହାପାତ୍ର ପ୍ରକାଶ କରିଛନ୍ତି । ବ୍ୟକ୍ତି ଗତ ଶତ୍ରୁତା ସହ ଆର୍ଥିକ କାରାଗାର ରେ ଆକ୍ରମଣ ହୋଇଥିବା ପୋଲିସ ସୂଚନା ପ୍ରଦାନ କରିଛି । ସେମାନେ ହେଲେ ପ୍ରତାପ ରାଉତ ମୂଖ୍ୟ ଅଭିଯୁକ୍ତ। ବିଦ୍ୟାଧର ପରିଡା ମୋନମୋହନ ଦାସ (ମୁନା) ଶରତ ଚନ୍ଦ୍ର ଜେନା ଶିକୁଲ ଶେଖ। ଏମାନଙ୍କ ଠାରୁ ୪ ଟି ମୋବାଇଲ ଗୋଟିଏ ବାଇକ ଓ ଦୁଇଟି ଅଫୁଟା ବୋମା ଜବତ କରି ଅଧିକ ତଦନ୍ତ ଜାରି ଥିବା ଏସପି ମିତ୍ରଭାନୁ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେପଟେଏହି ସାମ୍ବାଦିକ ସମ୍ମିଳନୀ ପରେ ଦୋଷୀ କୁ ଘଣ୍ଟ ଘୋଢାଇବା ସହ ତଦନ୍ତ କୁ ବାଟବଣା କରିବାକୁ ଜିଲ୍ଲା ପୋଲିସ ଚକ୍ରାନ୍ତ କରୁଥିବା ସଦର ବିଧାୟକ ମୋହନ ମାଝୀ ପ୍ରକାଶ କରିଛନ୍ତି । ଏହା ସହ ଏସପିଙ୍କୁ ତଦନ୍ତରୁ ବାହାରକରି ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି ମୋହନ ମାଝୀ ।

ରିପୋର୍ଟ-କେନ୍ଦୁଝରରୁ ମନୋଜ କୁମାର ବେହେରା।

Leave a Reply

Your email address will not be published. Required fields are marked *